Country

ଜଗନ୍ନାଥ ଧାମକୁ ସ୍ୱାଧୀନ କରିବାକୁ ସଂକୀର୍ତ୍ତନ ସତ୍ୟାଗ୍ରହ – 

ତିର୍ତ୍ତୋଲ –: ପୁରୀ ଜଗନ୍ନାଥ ଧାମରେ ସରକାରଙ୍କ ମନମୁଖୀ କାର୍ଯ୍ୟର ବିରୋଧ କରି ଓଡିଶା ପ୍ରଦେଶ କଂଗ୍ରେସ ର ଆହ୍ୱାନରେ ରାଜ୍ୟସାରା ଅଭିନଵ ଉପାୟରେ ଚାଲିଛି ସତ୍ୟାଗ୍ରହ ! ଓଡ଼ିଶାର ପ୍ରତ୍ୟେକ ବ୍ଲକରେ ଥିବା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସଂକୀର୍ତ୍ତନ ମାଧ୍ୟମରେ ସତ୍ୟାଗ୍ରହ ର ଆୟୋଜନ କରାଯାଇ ଓଡ଼ିଶାର ସାଢେ ଚାରିକୋଟି ଲୋକଙ୍କର ଆରାଧ୍ୟ ଶ୍ରୀଜଗନ୍ନାଥ ଙ୍କୁ ନେଇ ଚାଲିଥିବା ମନ୍ଦିର ରାଜନୀତିକୁ ତୀବ୍ର ନିନ୍ଦା କରାଯାଇଛି ! ଶାସକ ସରକାର ମନ୍ଦିରର ଉନ୍ନତି କରଣ ନାମରେ ପୁରାତନ ମଠ ମନ୍ଦିରକୁ ଭାଙ୍ଗି ଚାଲିଛନ୍ତି ! ଜଗନ୍ନାଥ ଙ୍କ ସମ୍ପତ୍ତି କୁ ବେଦାନ୍ତ ପରି କମ୍ପାନୀ ହାତରେ ଟେକି ଦେବାକୁ ପ୍ରୟାସ କରାଯାଇଛି ! ଶ୍ରୀମନ୍ଦିରର ଚାରି ଦ୍ୱାର ମଧ୍ୟରୁ ଗୋଟିଏ ଦ୍ୱାର ଖୋଲା ରଖି ଭକ୍ତମାନଙ୍କୁ ସୁଦୀର୍ଘ ଲମ୍ବା ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ବ୍ୟବସ୍ଥା କରିଡର ଛିଡା କରାଇଛନ୍ତି !ଏଥିରୁ ବଞ୍ଚିତ ହେଉଛନ୍ତି ବୃଦ୍ଧବୃଦ୍ଧା ଆଉ ଶିଶୁ ସହିତ ମହିଳା ଭକ୍ତ !ଶ୍ରୀକ୍ଷେତ୍ର ଆଜି ଶ୍ରୀହୀନ ହୋଇ ପଡିଛି ! ଭକ୍ତଙ୍କ ପାଇଁ ଭଗବାନ ! ଯୋଉଠି ଭକ୍ତ ଖରାବର୍ଷା ସହ୍ୟକରି ଅସୁବିଧାରେ ଜଗନ୍ନାଥଙ୍କୁ ଦର୍ଶନ କରୁଛି ! ସେଠାରେ ଭଗବାନ କେତେ ସୁବିଧାରେ ଅଛନ୍ତି ତାହା ସାରା ଓଡିଶା ଜାଣୁଛି ! ଏହାରି ପ୍ରତିବାଦରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ଶ୍ରୀ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱରେ ସାରା ଓଡ଼ିଶାର ବ୍ଲକ ମାନଙ୍କରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ଅଭିନଵ ଉପାୟରେ ସଂକୀର୍ତ୍ତନ ସତ୍ୟାଗ୍ରହ କରାଯାଇଛି ! ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଶାରଳାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି ସଂକୀର୍ତ୍ତନ ସତ୍ୟାଗ୍ରହ ! ବ୍ଲକ ସଭାପତି ନିହାର ରଞ୍ଜନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବହୁ କଂଗ୍ରେସ ସମର୍ଥକ ଯୋଗଦେଇଥିବା ବେଳେ, ସଂକୀର୍ତ୍ତନ ସତ୍ୟାଗ୍ରହକୁ ନିଜ ନିଜର ସମର୍ଥନ ଜଣାଇଥିଲେ ! ବ୍ଲକ ଉପସଭାପତି ଜିତେନ୍ଦ୍ର କୁମାର ମହାନ୍ତି, ଅଶ୍ୱିନୀ କୁମାର ସ୍ୱାଇଁ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଯୁବ ସଭାପତି ସଫି ଆଜମ୍,ଆଇ.ଏନ.ଟି.ସି. ର ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ସରପଞ୍ଚ ପ୍ରଦ୍ୟୁମ୍ନ କିଶୋର ଚଇନି, ସମିତିସଭ୍ୟ ଦେବ ପ୍ରକାଶ ନାୟକ, ସରପଞ୍ଚ ସରୋଜିନୀ ପରିଜା, ଧ୍ରୁବ ଚରଣ ପରିଡା, ପ୍ରଶାନ୍ତ କୁମାର ଲେଙ୍କା, ଲକ୍ଷ୍ମୀଧର ଦାଶ, ଶୁଭ ନାରାୟଣ ନାୟକ, ବ୍ରଜକିଶୋର ମଲ୍ଲିକ, ନିରଞ୍ଜନ ମହାନ୍ତି, ଲକ୍ଷ୍ମୀଧର ମନ୍ତ୍ରୀ, ସୁକାନ୍ତସେଠୀ,

ଲଲାଟକେଶରୀ ମହାପାତ୍ର ସହଯୋଗ କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ , ରବୀନ୍ଦ୍ର ମଲ୍ଲିକ, ଭିକାରୀ ସୁତାର, ଚନ୍ଦ୍ରମଣି ଦାସ, ଶୁକଦେବ ସୁତାର, ଶଙ୍କର ଜେନା, ସୁଦର୍ଶନ ମଲ୍ଲିକ ପ୍ରମୁଖ ବହୁ ସଂଗ୍ରାମୀ ସାଥି ଯୋଗଦେଇ ଏହି ସତ୍ୟାଗ୍ରହ କୁ ଉତ୍ସାହିତ କରିଥିବାର ଦେଖାଯାଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button