ସାମ୍ବାଦିକ ଓ ସାମାଜିକ କର୍ମୀ ମିଳିତଭାବେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ମେଡ଼ିକାଲରେ ପହଂଚେଇଲେ !


ତିର୍ତ୍ତୋଲ –: ଜରାଜୀର୍ଣ୍ଣ ଶରୀର ସାଙ୍ଗକୁ ଫୁଙ୍ଗୁଳା ଦେହ !ଆଲୁରା କେଶ ସହିତ ଦୀର୍ଘଦିନରୁ ଶୌଚ ହୋଇନଥିବା ଦେହର ଦୁର୍ଗନ୍ଧ କୁ ଯେକେହି ବି ଘୃଣା କରିବା ଥୟ ! ଏହା ସାଙ୍ଗକୁ ମନକୁ ଯାହା ଆସିଯାଏ ତାହା ସେ କରି ବସେ ସେଇଥି ପାଇଁ ତ ୟା ତାଠାରୁ ମାଡ ଖାଏ ! କ୍ଷତ ବିକ୍ଷତ ହୁଏ ! କେହି ଦେଲେ ଖାଏ ତ ମାଗିକରି ଖାଇଥାଏ ! ବୁଲା କୁକୁର ସହିତ ସାଙ୍ଗହୁଏ ତ କେବେ କେହି ଯଦି ବସ୍ତ୍ର ଦାନ କରେ ତାକୁ ବ୍ୟବହାର ନକରି ନିଆଁ ଲଗେଇ ପୋଡିଦିଏ ! ଏପରି ବ୍ୟକ୍ତି ସମାଜରେ ବଞ୍ଚିବାର କଣ ଅଧିକାର ନାହିଁ ?? ଉକ୍ତ ବ୍ୟକ୍ତିକୁ ବଞ୍ଚିବାର ସୁଯୋଗ ଦେଇଛନ୍ତି କିଛି ସହୃଦୟ ସାମାଜିକ କର୍ମୀ ! ଘଟଣାକ୍ରମେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧିନସ୍ଥ ଶାରଳା ରୋଡ଼ ଓ ତାର ଆଖପାଖ ଅଞ୍ଚଳରେ ଅତି ନିଃସହାୟ ଅବସ୍ଥାରେ ଘୁରି ବୁଲୁଥିବା ମାନସିକ ବିକାରଗ୍ରସ୍ତ ଅଜଣା ବ୍ୟକ୍ତି କୁ ଅସହାୟ ଅବସ୍ଥାରେ ସାମ୍ବାଦିକ ସୁରକ୍ଷା ସମିତି ଓ ବ୍ୟାସ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଉଦ୍ଦାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ମଣିଜଙ୍ଗା

ମେଡିକାଲ କୁ ପଠାଇଥିଲେ ! ମଣିଜଙ୍ଗା ମେଡିକାଲ ଅଫିସର ପ୍ରାଥମିକ ଚିକିତ୍ସା କରିବା ପରେ ଉକ୍ତ ବ୍ୟକ୍ତିକୁ କଟକ ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରିଛନ୍ତି ! ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ ବ୍ୟାସ ଫାଉଣ୍ଡେସନ କୁ ଅବଗତ କଲାପରେ ଫାଉଣ୍ଡେସନର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ, ସଭାପତି ଡକ୍ଟର ସିଦ୍ଧେଶ୍ୱର ପଣ୍ଡା, ସାମ୍ବାଦିକ ରଞ୍ଜନ କୁମାର ମଲ୍ଲିକ, ସାମ୍ବାଦିକ ଭାଗବତ ପ୍ରସାଦଙ୍କୁ ନେଇ ସ୍ଥାନୀୟ କାଳୀପୂଜା କମିଟି ତଥା ସାମାଜିକ କର୍ମୀ ମାନଙ୍କ ସହଯୋଗରେ ଆମ୍ବୁଲାନ୍ସ ଡକାଇ ଉଦ୍ଧାରକାର୍ଯ୍ୟ କରିଥିଲେ ! ସାମାଜିକ କର୍ମୀ ଭାବେ ନିତ୍ୟାନନ୍ଦ ନାୟକ, ପ୍ରଭୁଦର୍ଶନ ଚୌଧୁରୀ,ଶ୍ରୀନିବାସ ଦାଶ, ଭବେଶ ଚୌଧୁରୀ, ରଞ୍ଜିତ ମହାନ୍ତି, ମନୋରଞ୍ଜନ ନାୟକ, ଗୋପାଳ ଚନ୍ଦ୍ର ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ !ଏହି କାର୍ଯ୍ୟକୁ ବଜାର କମିଟି, କାଳୀପୂଜା କମିଟି ତଥା ସ୍ଥାନୀୟ ଜନସାଧାରଣ ଭୁୟସୀ ପ୍ରଶଂସା କରିବା ସହିତ ବ୍ୟାସ ଫାଉଣ୍ଡେସନ ଓ ସାମ୍ବାଦିକ ସୁରକ୍ଷା ସମିତିକୁ ସାଧୁବାଦ ଜଣାଇଛନ୍ତି!

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !



