ଏନ୍ ଏଚ଼ ଆଇ ପ୍ରକଳ୍ପ ନିର୍ଦ୍ଦେଶକ ଙ୍କ ଘଟଣା ସ୍ଥଳ ପରିଦର୍ଶନ ।


ଛତିଆ,୯।୧୧,(ଆ; ପ୍ର) ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ଚଟି ଘର ଠାରେ ଗଳି ପୋଲ ର ନିର୍ମାଣ ଲାଗି ଏନ୍,ଏଚ, ଆଇ ର ପ୍ରକଳ୍ପ ନେର୍ଦେଶକ ନାଗେଶ୍ଵର ରାଓ ଙ୍କ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ। ଏଥି ସହିତ ଭଟ୍ଟ ସାଗର ମାର୍କେଟ ଅଞ୍ଚଳ ମଧ୍ୟ ବୁଲି ଦେଖିଛନ୍ତି । ଛତିଆ ଚଟି ଘର ଠାରେ ଗଳି ପୋଲ ନିର୍ମାଣ ଓ ଭଟ୍ଟ ସାଗର ବଜାର ର ଦୋକାନୀ ମାନଙ୍କୁ ସ୍ଥାୟୀ ଥଇଥାନ ଲାଗି ଆଲୋଚନା ପ୍ରକଳ୍ପ ଅଧିକାରୀ ଙ୍କ ସହିତ ଆଲୋଚନା କରିଛନ୍ତି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ। ଏହି ପରିଦର୍ଶନ ସମୟରେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ,ଏନ୍ ଏଚ଼ ଆଇ ର ଟେକ୍ନିକାଲ ଅଫିସର୍ ଜୟନ୍ତ ଜୈନ୍, ଅଭିନାସ ପାଣ୍ଡେ, ମେଣ୍ଟେନ୍ ହେଡ୍ ଭାବଗ୍ରାହୀ ଦାସ ଙ୍କ ସମେତ ଅନ୍ୟ କର୍ମଚାରୀ, ଛତିଆ ଆର୍ ଆଇ ଅମରେନ୍ଦ୍ର ସାହୁ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉ କି, ଦୀର୍ଘ ବର୍ଷ ଧରି ସ୍ଥାନୀୟ ଛତିଆ ଚଟି ଘର ଠାରେ ଏକ ଗଳି ପୋଲ ନିର୍ମାଣ ଲାଗି ଦାବି ହୋଇ ଆସିଥିବା ବେଳେ,ଆଜି ପ୍ରକଳ୍ପ ନିର୍ଦ୍ଦେଶକ ଘଟଣା ସ୍ଥଳ ପରିଦର୍ଶନ କରି ଗଳି ପୋଲ ନିର୍ମାଣ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଚଟି ଘର ଠାରେ ବିଭିନ୍ନ ସମୟରେ ଅକାଳରେ ବହୁ ଧନ ଜୀବନ ହରାଉଛନ୍ତି ଲୋକେ । ଯାହାକୁ ନେଇ ବିଗତ ଦିନରେ ଗଣ ଧାରଣା ହୋଇ ଥିଲା ବେଳେ ଗଳି ପୋଲ ନିର୍ମାଣ ଲାଗି ଦାବି ହୋଇ ଆସୁଛି । ତୁରନ୍ତ ଗଳି ପୋଲ ନିର୍ମାଣ ଲାଗି ଅଞ୍ଚଳ ବାସି ଦାବି କରି ଆସୁ ଥିବା ବେଳେ, ଖୁବ୍ ଶୀଘ୍ର ଗଳି ପୋଲ ନିର୍ମାଣ କରାଯିବା ନେଇ ସୂଚନା ଦେଇ ଛନ୍ତି ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଯୁକ୍ତ ରାଓ। ଉକ୍ତ ଆଲୋଚନା ସମୟରେ ଛତିଆ ସମିତି ସଭ୍ୟ ଦୀପକ୍ ସାହୁ, ପୂର୍ବତନ ଚମ୍ପା ପୁର ବାସୁଦେବ ସ୍ୱାଇଁ, ନିରଞ୍ଜନ ସେନାପତି, ଅମର ମହାନ୍ତି, ଶରତ ପାଣିଗ୍ରାହୀ,ଗିରିଶ ପାତ୍ର,ପ୍ରଦ୍ୟୁସ୍ ନାଥ, କପିଳ ରାଉତ, ସର୍ବେଶ୍ଵର ରାଉଳ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଭାଗ୍ୟଧର ମଲ୍ଲିକ, ବଳରାମ ସେଠୀ, ଭଟ୍ଟ ସାଗର ବଜାର କମିଟି ସଭାପତି ନରହରି ସାହୁ ସମେ
ତ ବହୁ ସ୍ଥାନୀୟ ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ।
ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ




