ଉଲୁଣ୍ଡା ଜଗନ୍ନାଥ ମନ୍ଦିର ସମ୍ମୁଖରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଓ ପ୍ରଦୀପ ପ୍ରଜ୍ଜ୍ୱଳନ


ଉଲୁଣ୍ଡା ୯/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଆଜି ସକାଳ ୯ରୁ ୧୨ ଘଟିକା ପର୍ଯ୍ୟନ୍ତ ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ତରଫରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସାରା ଓଡିଶା ରେ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ଚାଲିଛି। ମହାପ୍ରଭୁଙ୍କ ଦର୍ଶନ ନିମିତ୍ତ ଶ୍ରୀ ମନ୍ଦିର ଚାରିଦ୍ବାର ଖୋଲାଯାଉ, ରତ୍ନଭଣ୍ଡାର ଖୋଲା ଯାଇ ମହାପ୍ରଭୁଙ୍କ ଅଳଙ୍କାର ର ଗଣତି,ଭଣ୍ଡାର ଘର ମରାମତି, ବେଦାନ୍ତ କଂପାନୀ ଦ୍ୱାରା ଅଧିଗ୍ରହଣ କରାଯାଇଥିବା ଜଗନ୍ନାଥଙ୍କ ଅମୃତମଣୋହି ଜମି ଓ ଚାଷୀଙ୍କ

ଚାଷଜମିକୁ ତୁରନ୍ତ ଫେରସ୍ତ କରାଯାଉ ବୋଲି ସଂକୀର୍ତ୍ତନ ମାଧ୍ୟମରେ ସତ୍ୟାଗ୍ରହ କରାଯାଇଥିଲା। ଉଲୁଣ୍ଡା ବ୍ଳକ କଂଗ୍ରେସ କମିଟି ସଭାପତି ପ୍ରଭୁଦତ୍ତ ବସ୍ତିଆ ଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ଦଳିତ କଂଗ୍ରେସ ନେତା ଭୋଳାନାଥ ସାଗର, ସୁବର୍ଣ୍ଣପୁର ଜିଲ୍ଲା ସେବାଦଳ ମୁଖ୍ୟ ସଂଯୋଜକ ସନ୍ତୋଷ ପଧାନ, ଜିଲ୍ଲା ସାଧାରଣ ସମ୍ପାଦକ ତ୍ରିପୁରାରୀ ସେଠୀ,ବରିଷ୍ଠ କଂଗ୍ରେସ ନେତା ଗୁପ୍ତେଶ୍ୱର ମାଝୀ,ବରିଷ୍ଠ କଂଗ୍ରେସ ନେତା ଘାସିରାମ ବସ୍ତିଆ, କାହ୍ନୁଚରଣ ହାତୀ, ରାମନାରାୟଣ ହରିପାଳ,ଦଶ ଖେତୀ, ସନ୍ତୋଷ ମେଣ୍ଡିଲି, ସୁରେନ୍ଦ୍ର ସାହୁ ପ୍ରମୁଖ ସତ୍ୟାଗ୍ରହ ରେ ସାମିଲ ଥିଲେ। ଶେଷରେ ରାମଚନ୍ଦ୍ର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏସବୁ ପ୍ରତିକାର ଅତିଶୀଘ୍ର କରାନଗଲେ କଂଗ୍ରେସ ପକ୍ଷରୁ ବିରାଟ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




