Country

କଣ୍ଟାମାଳରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ *୬୫୬ଟି ପ୍ରକଳ୍ପ ପାଇଁ ୧୮କୋଟି ଟଙ୍କା ମଞ୍ଜୁରୀ * ସହରୀକରଣ ହେବ ଗାଁ ର ବିକାଶ : ମୁଖ୍ୟମନ୍ତ୍ରୀ ।

କଣ୍ଟାମାଳରେ ‘ଆମ ଓଡିଶା ନବୀନ ଓଡିଶା’ ଯୋଜନା ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ *୬୫୬ଟି ପ୍ରକଳ୍ପ ପାଇଁ ୧୮କୋଟି ଟଙ୍କା ମଞ୍ଜୁରୀ

* ସହରୀକରଣ ହେବ ଗାଁ ର ବିକାଶ : ମୁଖ୍ୟମନ୍ତ୍ରୀ ।

 

କଣ୍ଟାମାଳ, ତା ୮/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଆଜି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ଆଭାସୀ ମlଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “”ଆମ ଓଡିଶା ନବୀନ ଓଡିଶା” ଯୋଜନା ର ଶୁଭାରମ୍ଭ କରିଥିଲେ | ଏହି ଅବସରରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଉପସ୍ଥିତ ରହିଥିଲେ | ଏହି ଯୋଜନାରେ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳୀ

ଅନ୍ତର୍ଗତ କଣ୍ଟାମାଳ ବ୍ଳକର ୨୪ଟି ଓ ବୌଦ୍ଧବ୍ଳକର ୧୨ଟି ଏପରି ମୋଟ ୩୬ଟି ପଞ୍ଚାୟତର ୬୫୬ଗୋଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ପାଇଁ ୧୮କୋଟି ଟଙ୍କାର ଅନୁଦାନ ମଞ୍ଜୁର କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ l ଏହି ଯୋଜନା ଏକ ଆଧୁନିକ, ସଶକ୍ତ,ପ୍ରଗତିଶୀଳ, ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ ସହ ଓଡିଶା ର ଭିତ୍ତିଭୂମି ର ବିକାଶ ହେବା ସହ ଆକାଂକ୍ଷୀ ଓଡିଶା ପରିକଳ୍ପନା ସାକାର ରୂପ ନେବ ଓ ସହରୀକରଣ

ହେବ ଗାଁ ର ବିକାଶ ହେବ ବୋଲି କହିଥିଲେ। ସେହିପରି ଗାଁ ଲୋକେ ଗ୍ରାମାଞ୍ଚଳ ବିକାଶର ପ୍ରକୃତ ଭାଗିଦାରୀ ବୋଲି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ କହିବା ସହ ମଞ୍ଜୁର ହୋଇଥିବା ପ୍ରକଳ୍ପ ଗୁଡିକ ଘୋଷଣା କରିଥିଲେ | କଣ୍ଟାମାଳ ବିଡିଓ ସାମୀ ଜୟଶ୍ରୀ ରେଡ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ବ୍ଳକର ଜିପିଇଓ ଜ୍ୟୋତି ରଂଜନ ବେହେରାଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କଣ୍ଟାମlଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ମହୀଧର ରଣା, କଣ୍ଟାମାଳ ତହସିଲଦାର ଶ୍ଵେତପଦ୍ମା ଯୋଶୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସସ୍ମିତା ସେନାପତି, ବ୍ଳକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଜିଲ୍ଲା ପରିଷଦ ସଦସ୍ୟା ସୁମିତ୍ରା ସାହୁ ,ସିଡିପିଓ ଜ୍ୟୋତ୍ସ୍ନା ରାଣୀ ପାଢ଼ୀ, ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ତଥା କଣ୍ଟାମାଳ ବିଧାନସଭା

ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ଯୁବ ବିଜେଡି ସଭାପତି ତଥା କନ୍ଧମାଳ ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁ , ସରକାରୀ ଓକିଲ ରାଧାବଲ୍ଲବ ପ୍ରଧାନ, ସୁରେଶ ରଣା, ରାଜ୍ୟ ବିଜେଡି ସମ୍ପାଦକ ସୁଧୀର ମହାକୁଡ଼, କଣ୍ଟାମlଳ ବିଧାନସଭା ନିର୍ବାଚନ ମଣ୍ଡଳୀର ସଂଯୋଜକ ପ୍ରଶାନ୍ତ ରଣା, ବ୍ଳକ ବିଜେଡି ସଭାପତି ପ୍ରେମରାଜ ରଣା, ଯୁବ ବିଜେଡ଼ି ନେତା ସୁଧାଂଶୁ ରଣା, ଆଦିବାସୀ ନେତା ନିଳାଚଳ ଭୋଇ, କଣ୍ଟାମାଳ ବ୍ଳକ ସହକାରୀ ନିର୍ବାହୀ ଯନ୍ତ୍ରୀ ଜୟ ମହନ୍ତ, କନିଷ୍ଠ ଯନ୍ତ୍ରୀ ଦିବ୍ୟରଂଜନ ନାଏକ, ଏପିଓ ସୁଶାନ୍ତ ବେହେରା, ପିଇଓ ଗୁରୁଚରଣ ସେଠୀ, ଜୟଦେବ ପ୍ରଧାନ, ଜ୍ଞାନ ରଂଜନ ମିଶ୍ର,ଟୁଟୁ ରାଉତ, ବ୍ଳକର ସମସ୍ତ ଜିଆରଏସ. ସଭପଞ୍ଚ, ସମିତି ସଭ୍ୟ/ସଭ୍ୟା । ଏମବିକେ, ସିଆରପି,ମହିଳା ଏସଏଚଜି, ଅଙ୍ଗନୱାଡ଼ି କର୍ମୀ, ସମସ୍ତ ଗଣମାଧମ ପ୍ରତିନିଧିଙ୍କ ସମେ ସମସ୍ତ ବିଭାଗୀୟ ସରକାରୀ କର୍ମଚାରି ଓ ହଜାର ହଜାର ଜନ ସାଧାରଣ ଉପସ୍ଥିତ ରହିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button