Country

ନିର୍ଦ୍ଦୟ ହତ୍ୟାକାଣ୍ଡ ରେ ଗ୍ରାମବାସୀ ସ୍ତବଧ ଆସାମୀ ଦ୍ବୟ କୁ ଆରେଷ୍ଟ କଲା ପୋଲିସ !

 

ତିର୍ତ୍ତୋଲ :- ଅପରାଧୀର ମନରେ ଥିଲା ପ୍ରତିହିଂସା ! ଖାଲି ସୁଯୋଗକୁ ଅପେକ୍ଷା କରିଥିଲା ଅପରାଧୀ !କ୍ଷୀର ବିକାଳୀ କେତେବେଳେ ଫେରିବ??? ବାଟ କଡରେ ଚିରୁଥିଲା କାଠ ! କ୍ଷୀର ଦେଇ ଫେରୁଥିବା ସମୟରେ ବିନ ଦାସକୁ ଅଟକାଇ ଦେଲା ଅପରାଧୀ ! କଥା କଟାକଟି, ଯୁକ୍ତି ତର୍କ ମଧ୍ୟରେ ଧରିଥିବା କୁରାଢ଼ୀ ଚୋଟରେ ନେଇଗଲା ଜୀବନ ! ଘରୋଇ କଳିରୁ ବଚସା ! ବଚସାରୁ

ଉତକ୍ଷିପ୍ତ ହୋଇ ବିଭତ୍ସ ହତ୍ୟାକାଣ୍ଡ ! ଅନ୍ୟ ଦୁଇଜଣ ଗୁରୁତର ଆହତ ! ଏପରି ଲୋମହର୍ଷଣ କାଣ୍ଡ ଘଟିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଧୀନ ସାଇଲୋ ପଞ୍ଚାୟତର ହିତରଣା ଗ୍ରାମରେ ! ସାଧାରଣ ଗୃହ କଳିରୁ ଆରମ୍ଭ ହୋଇଥିବା ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ହିତରଣା ଗ୍ରାମର ବଟକୃଷ୍ଣ

ବିଶ୍ୱାଳଙ୍କ ପୁଅ ସୁବାସ ବିଶ୍ୱାଳ , କୁଳମଣି ଦାସଙ୍କ ପୁଅ ବିନ ଦାସଙ୍କୁ କୁରାଢ଼ୀ ଚୋଟରେ ଘଟଣା ସ୍ଥଳରେ ଜୀବନରୁ ଶେଷ କରିଦେଇ ଥିବାର ଖବର ଆଖପାଖ ଅଞ୍ଚଳରେ ଚହଳ ପକାଇ ଦେଇଛି ! ଏହି ଆକ୍ରମଣ ବେଳେ ବିଷ୍ଣୁ ପଲେଇ ଓ ଜାନକୀ ବିଶ୍ୱାଳ ଗୁରୁତର ଆହତ ହୋଇ ଜୀବନ ବିକଳରେ ଦୌଡ଼ି ପଳାଇ ଯିବାରୁ ଅଳ୍ପକେ ରକ୍ଷା ପାଇଛନ୍ତି ! ତିର୍ତ୍ତୋଲ ପୋଲିସ ଆସାମୀ ସୁବାସ ବିଶ୍ୱାଳ ଓ ତାଙ୍କ ବାପା ବାଟକୃଷ୍ଣ ବିଶ୍ୱାଳଙ୍କୁ ଗିରଫ କରି ଥିବାବେଳେ ନିହତ ଓ ଆହତ ବ୍ୟକ୍ତିଙ୍କୁ ମଣିଜଙ୍ଗା ଗୋଷ୍ଠୀ

ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଥିବାର ସୂଚନା ମିଳିଛି !ପ୍ରକାଶ ଥାଉକି ଆସାମୀ ନାମରେ ପୂର୍ବରୁ ବହୁ ଅପରାଧିକ ମାମଲା ଥିଲା ବୋଲି ଗ୍ରାମର ଲୋକେ କୁହାକୁହି ହେଉଥିଲେ ! ନିରୀହ ବିନ ଦାସ ର ଏଭଳି ଦୁଃଖଦ ଘଟଣାରେ ଅଞ୍ଚଳବାସୀ ମର୍ମାହତ ! ଅପରାଧୀକୁ ଉଚିତ ଦଣ୍ଡ ମିଳିବା ଆବଶ୍ୟକ ବୋଲି ଚର୍ଚ୍ଚା ଚାଲିଛି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button