ତିର୍ତ୍ତୋଲ ଗଜଲକ୍ଷ୍ମୀ ପୂଜା ରେ ଯୋଗଦେଲେ ସାଂସଦ ରାଜଶ୍ରୀ ମଲ୍ଲିକ

ତିର୍ତ୍ତୋଲ –::ତିର୍ତ୍ତୋଲ କଲେଜ ରୋଡ ରେ ସ୍ଥାନୀୟ ବଣିକ ସଂଘ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଦ୍ଵାରା ଗତ କୁମାର ପୂର୍ଣ୍ଣମୀ ଠାରୁ ଆରମ୍ଭ ହୋଇଥିବା ମା ଗଜଲକ୍ଷ୍ମୀ ଙ୍କର୍ ପୂଜା ମହୋତ୍ସବ ଗତ ସୋମବାର ଦିନ ବିସର୍ଜିତ ହୋଇ ଯାଇଛନ୍ତି । ତେବେ ସାଂସ୍କୃତିକ କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଜଗତସିଂହପୁର ସାଂସଦ ଡକ୍ଟର ରାଜଶ୍ରୀ ମଲ୍ଲିକ , ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ପୂଜାମଣ୍ଡପ ପରିଦର୍ଶନ କରିଥିବାର ଦେଖିବାକୁ ମିଳିଥିଲା । ଏହି ଉପଲକ୍ଷେ ଆୟୋଜିତ ମନୋରମ ସନ୍ଧ୍ୟା ରେ କିଛି ସମୟ ପାଇଁ ଏକ ସମ୍ବର୍ଦ୍ଧନା ସଭା , ଅନୁଷ୍ଠାନର ସଭାପତି ସୁବ୍ରତ ଦାଶ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂଜା ମଣ୍ଡପର ମୁଖ୍ୟ ପୁରୋଧା ପଣ୍ଡିତ ଶରତ କୁମାର ଦାଶ , ପୂଜକ ଚିରଞ୍ଜୀବ ଦାଶ , ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସମେତ ଏଠାରେ ଦୀର୍ଘ ବର୍ଷ ବର୍ଷ ଧରି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଖୋଲି ସୁନାମ ଓ ସୁଖ୍ୟାତି ଅର୍ଜ୍ଜନ କରିଥିବା ରବିନାରାୟଣ ସାହୁ ,ଦିବ୍ୟ ସିଂହ ଦାଶ , ରମେଶ ଚନ୍ଦ୍ର ଦାସ ଓ ସୁରେନ୍ଦ୍ର ନାଥ ଦଳାଇ ପ୍ରମୁଖ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଭରତ ଚନ୍ଦ୍ର ଦାଶ ,ସରୋଜ କୁମାର ଦାଶ , ବିନୟ କୁମାର ସାହୁ ଓ ସୁବ୍ରତ ପଣ୍ଡା, ସୁରେନ୍ଦ୍ର ଦଳାଇ ପ୍ରମୁଖ ପରିଚାଳନା କରିଥିଲେ ।ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭସାଣୀ ଉତ୍ସବ ରେ ବିଭିନ୍ନ ବାଦ୍ୟ ଧ୍ବନିରେ ତିର୍ତ୍ତୋଲ ର ରାଜରାସ୍ତା ପ୍ରକମ୍ପିତ ହୋଇ ଉଠିଥିଲା । ତେବେ ଏହି ଉପଲକ୍ଷେ ଆନନ୍ଦ ମଣ୍ଡପରେ ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ ଓ ନିମନ୍ତ୍ରିତ ଅତିଥିମାନଙ୍କ ପାଇଁ ମହାପ୍ରସାଦ ସଦୃଶ୍ୟ ପ୍ରସାଦ ସେବନର ବ୍ୟବସ୍ଥା ଅତ୍ୟନ୍ତ ମହତ୍ତ୍ଵ ପୂର୍ଣ୍ଣ ବୋଲି ସାଧାରଣରେ ଏହାର ଉଚ୍ଚ ପ୍ରଶଂସା ଶୁଣିବାକୁ ମିଳିଥିଲା !

ତିର୍ତ୍ତୋଲରୁ ସନାୱାର ଅଲ୍ଲୀ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




