Country

ଫାଇଭ ଟି ସମୟରେ ବି ପଲିଥିନ ତଳେ ବିତୁଛି ଜୀବନ, ଏଇତ ସ୍ୱଚ୍ଛ ଶାସନର ନମୁନା !

 

 ତିର୍ତ୍ତୋଲ -::କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଗରିବ ବ୍ୟକ୍ତିମାନଙ୍କ ପାଇଁ ଆବାସ ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲା ବେଳେ ରାଜନୈତିକ ଆକ୍ରୋଶ ର ଶିକାର ପାଲଟିଛନ୍ତି ଦୁଇଟି ଗରିବ ବ୍ରାହ୍ମଣ ପରିବାର ! ଫାଇଭ ଟି ଜମାନାରେ ପଲିଥିନର ଜୀବନ କେତେ ସ୍ୱଚ୍ଛ ଆଉ ସୁରକ୍ଷିତ, ଯେକେହି ବି ଦେଖିଲେ ଧିକାର କରିବ ଶାସକ ସରକାରଙ୍କୁ ! ଦୀର୍ଘ ପଚିଶ ବର୍ଷ ଶାସନର ପୂର୍ତ୍ତି କରିବାକୁ ସରକାରୀ ସ୍ଥରରେ ଯୋଜନା ଗଢ଼ା ହେଉଥିବା ବେଳେ ଗଢ଼ା ହେଇ ପାରୁନି ଗରିବଙ୍କ ପାଇଁ ଆବାସ ଯୋଜନାରେ ଖଣ୍ଡେ ପକ୍କାଘର! ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ରାଜସ୍ବ ଗ୍ରାମ ଉରାଢ଼ରେ !ଏହି ଗ୍ରାମରେ ପଲିଥିନ ବିଛା ମାଟି ଘରେ ଦୁଃଖ ଦୁର୍ଦ୍ଦିନରେ ଜୀବନ ବିତୁଛି ପ୍ରସନ୍ନ ତ୍ରିପାଠୀ ( ବାବାଜୀ ନନା ) ଙ୍କର ! ସ୍ତ୍ରୀ ଅହଲ୍ୟା, ବଡପୁଅ ମାନସ, ମଝିଆଁ ପୁଅ ଉମେଶ, ସାନ ପୁଅ ଆକାଶ ଙ୍କ ସହିତ ମୋଟ ପାଞ୍ଚ ପ୍ରାଣୀ ଏହି ମାଟିକାନ୍ଥ ଓ ଚାଳଘରକୁ ଛପର କରି ନପାରି, ଚାଳ ଉପରେ ପଲିଥିନ ବିଛାଇ ଦିନ କାଟୁଛନ୍ତି ! ଆର୍ଥିକ ଅନଗ୍ରସର ପରିବାରରେ ବଡପୁଅ ମାନସ ଓ ମଝିଆଁ ପୁଅ ଉମେଶ ବିବାହ ଯୋଗ୍ୟ ହୋଇଥିଲେ ମଧ୍ୟ ଭଲ ଘରଟିଏ ନଥିବାରୁ ବାହାଘର ହୋଇ ପାରୁନାହିଁ !ଅପର ପକ୍ଷରେ ସାନପୁଅ ଆକାଶ ତିର୍ତ୍ତୋଲ କଲେଜରେ +୨ ରେ ପଢିବାକୁ ନାମ ଲେଖାଇଥିଲେ ବି ଆବଶ୍ୟକ ପୁସ୍ତକ ଅଭାବରୁ ଉପଯୁକ୍ତ ଶିକ୍ଷାଲାଭ କରିବାରେ ବ୍ୟାଘାତ ଦେଖାଦେଇଛି !ବିପିଏଲ ତାଲିକାରେ ନାମ ଥିବାରୁ ଜଣପିଛା ପାଞ୍ଚ କେଜି ଚାଉଳ ହିସାବରେ ପାଞ୍ଚ ଜଣଙ୍କ ପାଇଁ ମାସକୁ ମାତ୍ର ପଚିଶ କେଜି ଚାଉଳ ରାସନ କାର୍ଡ ରେ ମିଳୁଛି ସିନା କିନ୍ତୁ ମାସକର ଖୋରାକ ପାଇଁ ତାହା ଯଥେଷ୍ଟ ନୁହେଁ ! ଜମିବାଡ଼ି ନଥିବାରୁ ଓଳିଏ ଖାଇଲେ ଆର ଓଳି ପାଇଁ ଭୋକ ସହିତ ସାଲିସ କରିବାକୁ ପଡୁଛି ! ଅଭାବବୋଧର ଜୀବନ ବିତାଉଥିବା ଏହି ଅସହାୟ ପରିବାର ସରକାରୀ ଆବାସ ଯୋଜନାରେ ପକାଘରଟିଏ ପାଇବାକୁ ଦୀର୍ଘ ବର୍ଷ ଧରି ପ୍ରଶାସନ ଠାରୁ ରାଜନେତାଙ୍କ ନିକଟରେ ଯେତେ ନେହୁରା ହୋଇ ଆପତ୍ତି ଅଭିଯୋଗ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଆବାସ ଯୋଜନାରେ ଘରଟିଏ ମିଳିପାରିନାହିଁ ! ଠିକ ସେଇପରି ତାଙ୍କ ସାନଭାଇ କୃଷ୍ଣଚନ୍ଦ୍ର ତ୍ରିପାଠୀ ଓ ତାଙ୍କ ପତ୍ନୀ ନିରୁପମା ତ୍ରିପାଠୀ ମଧ୍ୟ ଅନୁରୂପ ଦୁଃଖ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ! ତେବେ ଏହି ପ୍ରସନ୍ନ ତ୍ରିପାଠୀ ଓ କୃଷ୍ଣଚନ୍ଦ୍ର ତ୍ରିପାଠୀ ଙ୍କୁ ସରକାରୀ ଆବାସ ଯୋଜନାରେ ଦୁଇଗୋଟି ପକ୍କାଘର ଯୋଗାଇ ଦେବା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ସହିତ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ପ୍ରଶାସନ ନିକଟରେ ଦୃଢ ଦାବୀ କରିଛନ୍ତି !

 

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button