ବୀରମହାରାଜପୁରର ମାହେଶ୍ୱରୀ ମହୋତ୍ସବରେ ସ୍ୱେଚ୍ଛାସେବୀ ସଙ୍ଗଠନ ମାନବ ସେବା ସଦନକୁ ସମ୍ମାନିତ


କଣ୍ଟାମାଳ,୬।୧୧(ପ୍ରଭାତ କୁମାର ସାହୁ): ସୋନପୁର ଜିଲା ବୀରମହାରାଜପୁର ମିନି ଷ୍ଟାଡିୟମରେ ଚାଲିଥିବା ମାହେଶ୍ୱରୀ ସେନା ପକ୍ଷରୁ ଅନୁଷ୍ଠିତ ତୃତୀୟ ମାହେଶ୍ୱରୀ ମହୋତ୍ସବରେ ବୌଦ୍ଧ ଜିଲା ଘଣ୍ଟାପଡ଼ା ଥାନା ଅଧୀନ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ରୁଗୁଡ଼ିପାଲିସ୍ଥିତ ମାନବ ସେବା ସଦନ ସ୍ବେଛାସେବୀ ସଙ୍ଗଠନକୁ ସମ୍ମାନିତ କରାଯାଇଛି l ରାଜ୍ୟ ଯୁବ ଡୁମାଲ ସଭାପତି ତଥା ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବରଗଡ଼ ସ୍ଥିତ ମାହେଶ୍ୱରୀ ଗ୍ରୁପ ଅଫ ଇନଷ୍ଟିଚ୍ୟୁଟ ନିର୍ଦ୍ଦେଶକ ଫକୀର କର୍ଣ୍ଣ, ହେମବନ୍ତି କରଣ, କୁରୁଆଁ ସରପଞ୍ଚ ପୁଷ୍ପାଞ୍ଜଳି କଲତା, ଶିବ ପ୍ରଧାନ, ଶିକ୍ଷାବିତ ଭୂଷଣ ପାତ୍ର, ସୁଧିର ମହାକୁଡ଼, ପ୍ରବୋଧ ପାତ୍ର, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ, ଅଧ୍ୟାପିକା ଦେବଯାନୀ ମେଷ଼ୁଆ, ମୁରଲୀ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉକ୍ତ ସମ୍ମାନ ଫଳକ ପ୍ରଦାନ କରିଥିଲେ l ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳର ରୁଗୁଡ଼ିପାଲି ଗ୍ରାମରେ ଜନ୍ମ ନେଇଥିବା ଉକ୍ତ ସଂଗଠନକୁ ୮ ମାସ ନପୁରୁଣୁ ଅନୁଷ୍ଠାନର ସଦସ୍ୟମାନଙ୍କ ନିଶୁକ୍ଳ ରକ୍ତଦାନ, ଅସହାୟଙ୍କୁ ସାହାଯ୍ୟ କରିବା ସେବାକାର୍ଯ୍ୟ ଯୋଗୁଁ ଚାରିଆଡ଼େ ପ୍ରଶଂସାର ପ୍ରିୟପାତ୍ର ହୋଇପଡିଛନ୍ତି। ଯାହାକି ଅଳ୍ପ ସମୟ ମଧ୍ୟରେ ନିଜ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ବିଭିନ୍ନ ସଙ୍ଗଠନଠାରୁ ୮ଥର ସମ୍ମାନୀତ ହୋଇ ସାରିଲେଣି। ଉନକ୍ତ ସଂଗଠନର ସଭାପତି ବଳରାମ ବାଘ, ସଦସ୍ୟ ସୁଶାନ୍ତ ବାରିକ, ଜିତେନ୍ଦ୍ର ଭୋଇ, ଗଜାନନ ପ୍ରଧାନ, ନବୀନ ଠେଲା, ସୁଶାନ୍ତ ଭୋଇ, ଆଜାଦ କଲତା, ଡୋଳାମଣୀ କପାଟ ପ୍ରମୁଖ ଉପସ୍ଥିତ ଥିଲେ l ପରିତାପର ବିଷୟ ଜିଲ୍ଲା ପ୍ରଶାସନ କିମ୍ଵା ଜନ ପ୍ରତିନିଧିଙ୍କ ଦୃଷ୍ଟି ଏପର୍ଯ୍ୟନ୍ତ ପଡ଼ିପାରିନାହିଁ।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




