ରିଙ୍ଗାପଡ଼ାର ସାନ ରଣା ନିଖୋଜ, ଘଣ୍ଟାପଡ଼ା ଥାନାରେ ଏତେଲା ଦେଲେ ସାନ ଭାଇ ବିଜୁ ରଣା


କଣ୍ଟାମାଳ, ୭। ୧୧ (ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅନ୍ତର୍ଗତ ଘଣ୍ଟାପଡ଼ା ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତ ସ୍ଥିତ ରିଙ୍ଗାପଡ଼ା ଗ୍ରାମର ୫୪ ବର୍ଷୀୟ ସାନ ରଣା ଗତ ଅକ୍ଟୋବର ୨୯ ତାରିଖରୁ ନିଖୋଜ ହୋଇଥିବା ନେଇ ଗତ ୪ ତାରିଖରେ ଏନେଇ ଘଣ୍ଟାପଡ଼ା ଥାନାରେ ଏତେଲା ଦେଇଛନ୍ତି ସାନ ଭାଇ ବିଜୁ ରଣା।ଏତେଲାନୁଶାରେ ବଡ଼ଭାଇ ସାନଗତ ୬ ମାସ ହେଲା ଟଙ୍କା ପଇସା ଅଭାବ ଯୋଗୁଁ ମାନସିକ ଚାପରେ ରହୁଥିଲେ।ଏପରି ସ୍ଥିତିରେ ଗତ ଓ ଅକ୍ଟୋବର ୨୯ତାରିଖ ସକାଳୁ ଘରୁ ବାହାରି କେଉଁଆଡ଼େ ଚାଲିଯାଇଛନ୍ତି। ସଂଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ଚାରିଆଡ଼େ ଖୋଳା ଚାଲିଲା, ଏପରିକି ତାଙ୍କର ୪ ଜଣ ବିବାହିତ ଝିଅଙ୍କ ଘରକୁ ମଧ୍ୟ ଖବର ଦିଆଗଲା। କୌଣସି ଖବର ନପାଇବାରୁ ଶେଷରେ ନଭେମ୍ବର ୪ ତାରିଖରେ ଘଣ୍ଟାପଡ଼ା ଥାନାରେ ଏତେଲା ଦେଇଛନ୍ତି। ଥାନାଧିକାରୀ ବଳଭଦ୍ର ଗଣ୍ଡା ନିଖୋଜ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଥିବା ପ୍ରକାଶ କରିଛନ୍ତି ଏବଂ କୌଣସି ବ୍ୟକ୍ତି ସାନ ରଣାଙ୍କ ଖବର ପାଇଲେ ଘଣ୍ଟାପଡ଼ା ଥାନା କିମ୍ଵା ନିକଟସ୍ଥ ଥାନାକୁ ଜଣାଇବାକୁ ଅନୁରୋଧ କରିଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




