Country

ଆଧ୍ୟାତ୍ମିକ ଗୁରୁ ଗଗନ ଗୁରୁଜୀଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ

ମାହାଙ୍ଗା,ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ସ୍ଥିତ ଗଗନ ଗୁରୁଜୀଙ୍କ ତପୋବନ ଆଶ୍ରମରେ ସୁଦୂର ଇଣ୍ଡୋନେସିଆ ରୁ ଆଧ୍ୟାତ୍ମିକ ଗୁରୁ ସମ୍ମାନରେ ସମ୍ମାନିତ ଆଧ୍ୟାତ୍ମିକ ଗୁରୁ ଗଗନ ଗୁରୁଜୀଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ।ଭଦ୍ରଖ ଜିଲ୍ଲାର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୦୬ ଜଣ ମୃତକଙ୍କ ର ପୁଷ୍କର ଲାଗିଥିବାରୁ ଗଗନ ଗୁରୁଜୀ ୧୦୬ ଜଣଙ୍କର ରାଜସ୍ଥାନ ର ବ୍ରହ୍ମା ମନ୍ଦିରରେ ପୁଷ୍କର ଛଡ଼ାଇ ଥିଲେ। ସେଠା ରେ ଗୁରୁଜୀ ଅସୁସ୍ଥହୋଇ ପଡିଛନ୍ତି ।ତାଙ୍କର ଆଶୁ ଆରୋଗ୍ୟ କାମନା କରି ଛତିଆ ମଧୁପୁର ତପୋବନ ଆଶ୍ରମର ସଦସ୍ୟ ମାନଙ୍କ ଦ୍ଵାରା ପୂଜାର୍ଚ୍ଚନା ,ଯଜ୍ଞ ଓ ସମୂହ ଦୀପ ଦାନ କରାଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ପ୍ରଶାନ୍ତ କୁମାର ମହାପାତ୍ର,କଳିଙ୍ଗ କିଶୋର ମହାନ୍ତି,ପ୍ରଶାନ୍ତ ସିଂହ,ଧୀରେନ୍ଦ୍ର ଆଚାର୍ଯ୍ୟ,ଅରୁଣ ଚରଣ ବାଗ,ଧୀରେନ୍ଦ୍ର ପ୍ରଧାନ,ହୃଷୀକେଶ ମହାନ୍ତି,ଉପେନ୍ଦ୍ର ପ୍ରଧାନ,ଅରବିନ୍ଦ ମହାନ୍ତି,ଜିତେନ୍ଦ୍ର ବେହେରା, ଶତ୍ରୁଘ୍ନ ପ୍ରଧାନ,ସୁଶାନ୍ତ ସିଂହ,ନରେନ୍ଦ୍ର ରାଉତ,ବୈଦ୍ୟନାଥ ସାହୁ,ମନୋଜ ସାହୁ,ମନମୋହନ ସ୍ୱାଇଁ,ବିଶ୍ବରଂଜନ ଖୁଣ୍ଟିଆ,ମାନସ ସ୍ୱାଇଁ ପ୍ରମୁଖ ଯୋଗ ଦେଇ ଦୀପଦାନ କରି ବରିଷ୍ଠ ପଣ୍ଡିତଙ୍କ ଦ୍ବାରା ଘୃତ ଯଜ୍ଞ କରିଛନ୍ତି।ସମସ୍ତ୍ ସଭ୍ୟ ଗୁରୁଜୀଙ୍କ ଆଶୁ ଆରୋଗ୍ୟ କାମନା କରି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିୟୁଜ 

Related Articles

Back to top button