Country

ଘଣ୍ଟାପଡ଼ା ପଞ୍ଚାୟତରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ

କଣ୍ଟାମାଳ, ୬/୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମପଞ୍ଚାୟତ ସଭାଗୃହରେ ସୋମବାର ସରପଞ୍ଚ ଶ୍ରୀମତୀ ରୀତା କହଁରଙ୍କ ଅଧକ୍ଷତାରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ନାଏବ ସରପଞ୍ଚ ନବୀନ କିଶୋର ମେଣ୍ଡିଲୀ , ପୂର୍ବ ସରପଞ୍ଚ ଚିତ୍ତରଞ୍ଜନ ପାତ୍ର, ଗଣମାଧ୍ୟମ ପ୍ରତିନିଧି ପ୍ରଭାତ କୁମାର ସାହୁଙ୍କ ସହ କାର୍ଯ୍ୟାଳୟ ତରଫରୁ ପଞ୍ଚାୟତ ନିବାହୀ ଅଧିକାରୀ ଗୁରୁ ଚରଣ ସେଠୀ, ଜିଆରଏସ ଶଙ୍କର୍ଷଣ ପ୍ରଧାନ ଉପସ୍ଥିତ ରହି ମହାତ୍ମା ଗାନ୍ଧି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟ ଉପରେ ସମୀକ୍ଷା କରାଯାଇଥିଲା ଓ ସ୍ୱଚ୍ଛତା ଉପରେ ସମସ୍ତଙ୍କ ଦୃଷ୍ଟି ପାଇଁ ଗୁରୁତ୍ଵାରୋପ କରାଯାଇଥିଲା। ସଭାରେ ଜିଆରଏସ ଶ୍ରୀ ପ୍ରଧାନ ସଭା ପରିଚାଳନା କରିଥିବା ସ୍ଥଳେ ଧନ୍ୟବାଦ ମଧ୍ୟ ଦେଇଥିଲେ। ଉକ୍ତ ଗ୍ରାମ ସଭାରେ ପଞ୍ଚାୟତର ୱାଡସଭ୍ୟ, ଏନଆରପି ସଭ୍ୟା ଓ ଜନ ସାଧାରଣ ଉପସ୍ଥିତ ଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button