Country

ମାଁ ମାଣିକେଶ୍ଵରୀଙ୍କ ବାର୍ଷିକ ପୂଜା ଉତ୍ସବ ପାଳିତ

ବିନିକା, ୫/୧୧ (ସମର୍ଥ ନ୍ୟୁଜ୍)

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାଉଁଶୂଣୀ ଗ୍ରାମରେ ଶନିବାର ଦିନ ମାଁ ମାଣିକେଶ୍ଵରୀଙ୍କ ପୂଜା ଉତ୍ସବ ବାଉଁଶୂଣୀ ସ୍ଥିତ ମାଣିକେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଛି। କର୍ତ୍ତା ଭାବେ ଅଜିତ ପାଣ୍ଡେ ଓ ତାଙ୍କ ଧର୍ମ ପତ୍ନୀ ପୂର୍ଣ୍ଣିମା ପାଣ୍ଡେ କାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଶତାଧିକ ମହିଳା ବାଉଁଶୂଣୀ ଗ୍ରାମର ବଡ଼ ବନ୍ଧରୁ କଳସୀ ଜଳ ବୁଡାଇ ଗ୍ରାମରେ କଳସୀ ସହିତ

ମାଁଙ୍କ ଛତର ପରିକ୍ରମା କରି ମନ୍ଦିରରେ କଳସ ଓ ଛତର ସ୍ଥାପନା କରି ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ବାଉଁଶୂଣୀ ଆଞ୍ଚଳିକ କୈବର୍ତ୍ତ ସମାଜର ସଭାପତି ଗୌରାଙ୍ଗ ଦଣ୍ଡସେନାଙ୍କ ସଭାପତିତ୍ଵରେ ଏକ

ସଭାକାର୍ଯ୍ୟ ହୋଇଥିଲା। ସମ୍ପାଦକ ଘନଶ୍ୟାମ ମୁଦୁଲି, ଉପଦେଷ୍ଟା ସଭ୍ଯ ଡୋଲାମଣି ତରିଆ, ପଞ୍ଚାୟତ ସ୍ତରୀୟ ସଭାପତି ଅନିଲ ପାଣ୍ଡେ, ଅଶୋକ ପାଣ୍ଡେ, ଗଦାଧର ପାଣ୍ଡେ, ତ୍ରିଲୋଚନ ନାଏକ, ସୁକାନ୍ତ ସେଠି, ରମେଶ ଦଣ୍ଡସେନା, ମଧୁ ଦଣ୍ଡସେନା, ଗୋପୀନାଥ ସେଠି, ପ୍ରଶନ୍ନ ମାଝୀ, ନବୀନ ସେଠି, ପ୍ରଶନ୍ନ ଦଳାଇ, ଡୋଲାମଣି ବିଶି, କୁନୁ ସେଠି, ସାନନ୍ଦ ସେଠି, ପ୍ରଦୀପ ସେଠି ପ୍ରମୁଖ ମଞ୍ଚାସିନ

ଥିଲେ। ବନମାଳୀ ତରିଆ ମଞ୍ଚ ପରିଚାଳନା କରିଥିଲେ। ସଭା ଶେଷରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଫିଲ୍ମ ନିର୍ଦ୍ଦେଶକ ବିକାଶ କଟୁଆଳ ଓ ଟିମ୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ରାଜୁ ପାଣ୍ଡେ, ଏକାମୁନସି ମଲ୍ଲିକ, ସୁବାଷ ମହାଲିକ, ନବୀନ ମଲ୍ଲିକ, ମୁକେଶ ମହାଲିଙ୍ଗ, ମହେନ୍ଦ୍ର ବେରିହା, ମୁନୁ ସେଠି ସମେତ ବାଉଁଶୂଣୀ ଆଞ୍ଚଳିକ କୈବର୍ତ୍ତ ସମାଜର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button