ନୂଆଁଖାଇ ଭେଟଘାଟ ଆଳରେ ବିଧାୟକ ମହିଧର ବିରୋଧିଙ୍କ ମେଳି।


ବୌଦ୍ଧ -୫-୧୧- (ସମର୍ଥ ନ୍ୟୁଜ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଘିକୁଣ୍ଡି ପଞ୍ଚାୟତ ହାତୀପାଲି ଖେଳ ପଡ଼ିଆ ଠାରେ ରବିବାର ଦିନ ନୂଆଁଖାଇ ଭେଟଘାଟ ଆଳରେ ବିଧାୟକ ମହିଧର ରଣା ବିରୋଧୀ ଗୋଷ୍ଠୀ ମେଳି କରିଛନ୍ତି। ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳାଙ୍କ ସହିତ ପାଞ୍ଚଶହରୁ ଉର୍ଦ୍ଧ୍ବ ବିରୋଧୀ କର୍ମୀ ଏଥିରେ ଯୋଗ ଦେଇଥିଲେ। ପ୍ରଥମେ ଢୋଲ,ନିଶାନ ଓ ମହିଳା ସଂକୀର୍ତ୍ତନ ମଣ୍ଡଳୀର ଗହଣରେ ଏକ ଶୋଭାଯାତ୍ରା କରାଯାଇ ଅଧ୍ୟକ୍ଷ ଶ୍ରୀରଥଙ୍କୁ ସ୍ୱାଗତ କରାଯାଇ ଥିଲା। ବିଧାୟକ ମହୀଧର ରଣା ବିଜେଡି ଦଳର କର୍ମୀଙ୍କୁ ଅଣଦେଖା କରିବା ସହିତ ଅନ୍ୟ ଦଳରୁ ଆସିଥିବା କର୍ମୀଙ୍କୁ ଗୁରୁତ୍ୱ ଦେଉଛନ୍ତି ବୋଲି ବୈଠକରେ ଅଭିଯୋଗ କରିବା ସହିତ ଆଗାମୀ ଦିନରେ ମହିଧର ହଟାଓ ଅଭିଯାନକୁ ଜୋରଦାର କରିବା ପାଇଁ ଉପସ୍ଥିତ କର୍ମୀ ମାନେ ମତ ପ୍ରକାଶ କରିଥିଲେ। ଆସନ୍ତା ନିର୍ବାଚନରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରୁ ମହୀଧର ରଣା କିପରି ହଟିବେ ସେନେଇ ସେମାନେ ରୂପରେଖ ଓ ଯୋଜନା ପ୍ରସ୍ତୁତ କରିଥିଲେ। ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଖଲିଆପାଲି ସମିତି ସଭ୍ୟ କେଦାର ସାହୁ, ପୂର୍ବତନ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପୟୋଧର ମହାକୁଡ଼, ବହିରା ସରପଞ୍ଚ ଯଯାତି କେଶରୀ ମହାଲିକ, ଘିକୁଣ୍ଡି ସମିତି ସଭ୍ୟ ସୁରେନ୍ଦ୍ର ପାତ୍ର, ଦପଲା ସମିତି ସଭ୍ୟ ପ୍ରତିନିଧି ସୁଶୀଲ ପୁରୋହିତ, ଖଲିଆପାଲି ସରପଞ୍ଚ ପ୍ରତିନିଧି ଜେମାକାନ୍ତ ନାଏକ, ନାରାୟଣ ପ୍ରସାଦ ସରପଞ୍ଚ ପ୍ରତିନିଧି ସତ୍ୟ ନାରାୟଣ ମାଝୀ, ଗୋଛାପଡା ସରପଞ୍ଚ ପ୍ରତିନିଧି ବଳରାମ ମେହେର, ଗଣେଶ ମିଶ୍ର, କୋଶଲ ସୁନ୍ଦରୀ ଚୁମକି ମିଶ୍ର, ଦିଲ୍ଲୀପ ପ୍ରଧାନଙ୍କ ସମେତ ଶତାଧିକ ଅସନ୍ତୁଷ୍ଟ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବୌଦ୍ଧରୁ ଉମାକାନ୍ତ ମହାକୁଳଙ୍କ ରିପୋର୍ଟ ସମର୍ଥ ନ୍ୟୁଜ।




