ଜିଲ୍ଲା ୱେବ ମିଡ଼ିଆ ସଂଘ ପକ୍ଷରୁ ଦାବିପତ୍ର l


ସୁବର୍ଣ୍ଣପୁର-ଜିଲ୍ଲା ୱେବ ମିଡିଆ ସଂଘ ପକ୍ଷରୁ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।ସଂଘର ସଭାପତି ପିତାମ୍ବର ମହାପାତ୍ରଙ୍କ ନେତୃତ୍ବରେ ୱେବ ମିଡିଆ ସଂଘର କାର୍ଯ୍ୟରତ ସାମ୍ବାଦିକମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।ରାଜଧାନୀ ଭୂବନେଶ୍ବରର ଏକ ସିନେମା ହଲରେ ଇ-ଟିଭି ଭାରତର ସିନେ ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ପ୍ରଯୋଜକ ଟୁଟୁ ନାୟକ ଅସଦାଚରଣ ପ୍ରଦର୍ଶନ କରିବା

ସହିତ ଚାପୁଡା ମାରିବା ପ୍ରତିବାଦରେ ସାମ୍ବାଦିକ ମାନେ ଏହି ଆନ୍ଦୋଳନ କରିଛନ୍ତି ।ଇ-ଟିଭି ସିନେ ସାମ୍ବାଦିକା ଦେବସ୍ମିତା ରାଉତ ସିନେମା ହାଲଚାଲ ଖବର ସଂଗ୍ରହ କରୁଥିବା ବେଳେ ଏହି ଅଭାବନୀୟ ଘଟଣା ଘଟିଛି ।ସାମ୍ବାଦିକା ଜଣକ ଦର୍ଶକ ଓ ସିନେ ଜଗତରେ ବିଭିନ୍ନ ବିଭାଗରେ କରୁଥିବା ବ୍ୟକ୍ତି ବିଶେଷଙ୍କ ପ୍ରତିକ୍ରିୟା ନେବା ପାଇଁ ସିନେମା ହଲ ଲବିରେ ଅପେକ୍ଷା କରିଥିଲେ ।ଏହି ସମୟରେ କିଛି କଳାକାର ଓ ସିନେ ବୈଷୟୀକ ବିଭାଗ ବ୍ୟକ୍ତିଙ୍କ ସହିତ ପ୍ରଯୋଜକ ଟୁଟୁ ନାୟକ ସିନେମା ହଲ ଭିତରୁ ବାହାରିଥିଲେ ।ତେବେ ସାମ୍ବାଦିକା ଦେବସ୍ମିତା ଅପେକ୍ଷା କରିଥିବା ଯାଗାରେ ଗହଳି ହୋଇଥିଲା ଓ ଗହଳିରେ ବିରକ୍ତ ପ୍ରକାଶ କରି ସାମ୍ବାଦିକାଙ୍କୁ ପ୍ରଯୋଜକ ପଛରୁ ଧରି

ପକାଇ ତାଙ୍କ ସହିତ ବଚସା କରିଥିବା ସାଂଗକୁ ତାଙ୍କ ଗାଲରେ ଚାପୁଡା ମାରିଥିଲେ ।ଏ ସଂପର୍କରେ ସାମ୍ବାଦିକା ଦେବସ୍ମିତା ପ୍ରଯୋଜକଙ୍କ ବିରୁଦ୍ଧରେ ରାଜଧାନୀ ଖାରବେଳ ନଗର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।ଦିନକୁ ଦିନ ସାମ୍ବାଦିକମାନେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଆକ୍ରୋଶ ଓ ଆକ୍ରମଣର ଶିକାର ହେଉଛନ୍ତି ।ଏପରିକି ମହିଳା ସାମ୍ବାଦିକାମାନେ ବି ଏଥିରୁ ବାଦ ପଡୁ ନାହାନ୍ତି ।ନିଜକୁ ସମାଜ ସେବାରେ ନିୟୋଜିତ କରିଥିବା ସାମ୍ବାଦିକ ମାନଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢି ବଢି ଚାଲିଛି ।ତେବେ ଗତକାଲିର ଏହି ଘଟଣାକୁ ଜିଲ୍ଲା ୱେବ ମିଡିଆ ସଂଘ ତୀବ୍ର ନିନ୍ଦା କରିଛି ।ପ୍ରଯୋଜକ ଟୁଟୁ ନାୟକଙ୍କୁ ତୁରନ୍ତ ଗିରଫ କରି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ୱେବ ମିଡିଆ ସଂଘ ଦାବୀ କରିଛି ।

ସୁବର୍ଣ୍ଣପୁର ରୁ ରଞ୍ଜନ କୁମାର ତାଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ




