Country

ସାଂସ୍କୃତିକ ମଞ୍ଚରେ ଭଜନ ଗାଇ ମନ କିଣିଲେ ପୂର୍ବତନ ମନ୍ତ୍ରୀ

 

କଣ୍ଟାମାଳ, ୫/୧୧ (ପ୍ରଭାତ କୁମାର ସାହୁ)ମାରିପାରେ ସେହି, ତାରିପାରେ ସେହି , ଭାଙ୍ଗିପାରେ ସେହି , ଗଢିପାରେ ସେହି ଅଦୃଶ୍ୟ ହାତ,ଜଗନ୍ନାଥ ସେ ମୋ ଜଗନ୍ନାଥ……..ଭଳି ହୃଦୟସ୍ପର୍ଶୀ ଭକ୍ତିଭାବପୂର୍ଣ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭଜନ ଗାଇ ସମସ୍ତଙ୍କ ନ ମନ ଜିଣି ନେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ୨୫ତମ ଗଜଲକ୍ଷ୍ମୀ ପୂଜା ଅବସରରେ ଅନୁଷ୍ଠିତ ମୁରାସୁର ଦରବାରର ଶେଷ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ମଞ୍ଚରେ, ପୂର୍ବତନ କନ୍ଧମାଳ ସାଂସଦ, ପରିବହନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ।ସ୍ଵଭାଵ ସୁଲଭ ଢଙ୍ଗରେ ଗାନ କରି ଦରବାରରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲେ l ସେ ଜଣେ ଧୂରୀଣ ରାଜନୀତିଜ୍ଞ ଭାବେ ସମଗ୍ର ଓଡ଼ିଶାରେ ଖ୍ୟାତି ଅର୍ଜନ କରିଥିବାବେଳେ ସାଂସ୍କୃତିକ ମଞ୍ଚରେ ହଜାର ହଜାର ଦର୍ଶକଙ୍କ ସମ୍ମୁଖରେ ସୁମଧୁର କଣ୍ଠରେ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭଜନ ଗାନ କରି ସମସ୍ତଙ୍କ ପ୍ରଶଂସାର ପ୍ରିୟ ପାତ୍ର ହୋଇଯାଇଛନ୍ତି l ମୁରାସୁର ଦରବରର ସାଂସ୍କୃତିକ ସଭାରେ ଅନ୍ୟ ରାଜକୀୟ ଅତିଥିଭାବେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ବିଜେଡି ରାଜ୍ୟ ସମ୍ପାଦକ ସୁଧୀର ମହାକୁଡ଼, ପୂଜା କମିଟି ସଭାପତି ଶାନ୍ତନୁ ମହାପାତ୍ର, ସମ୍ପାଦକ ବିଘ୍ନେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button