Country

ଘଣ୍ଟାପଡ଼ା ହାଇସ୍କୁଲରେ ସାମର୍ଥ୍ୟ ତାଲିମ ଶିବିର ଉଦଯାପିତ

 

କଣ୍ଟାମାଳ, ତା ୫/ ୧୧ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ସମାଲେଶ୍ଵରୀ ସରକାରୀ ହାଇସ୍କୁଲର ସଭାଗୃହରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ବିଭାଗ ତରଫରୁ ଏବିଇଓ ତ୍ରୀନାଥ ପାଣିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୩ ଦିନ ଧରି ଚାଲିଥିବା ସାମର୍ଥ୍ୟ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଉଦଘାଟନୀ ଦିବସରେ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ପିତବାସ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନୁଷ୍ଠାନିକଭାବେ ତାଲିମ ଶିବିରକୁ ଉଦଘାଟନ କରି ବିକଳାଙ୍ଗ ଛାତ୍ରଛାତ୍ରୀଙ୍କୁ ମୂଖ୍ୟ ସ୍ରୋତକୁ ଆଣି ତାଙ୍କର ଅନ୍ତର୍ନିହିତ ଗୁଣକୁ ଚିହ୍ନଟ କରି ଶିକ୍ଷା ପ୍ରଦାନ କରିବା ସାମର୍ଥ୍ୟ ତାଲିମ ଶିବିରର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଶିକ୍ଷକମାନଙ୍କୁ ଉଦବୋଧନ

ଦେଇଥିଲେ। ସେହିପରି ଉଦଯାପନୀ ଦିବସରେ ମଧ୍ୟ ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ସମସ୍ତ ତାଲିମ ଗ୍ରହଣ କରିଥିବା ଶିକ୍ଷକଙ୍କୁ ତାଲିମ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ ତାଲିମ ଶିବିରରେ କଣ୍ଟାମାଳ ବ୍ଳକର ୧୧ଟି କ୍ଲଷ୍ଟରର ମୋଟ ୪୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ନେଇଥିବା ସ୍ଥଳେ ତାଲିମଦାତା ଭାବେ ଶିକ୍ଷକ ଲଳିତ ଧଳ,ଋଷଭ ନାଗ, ପ୍ରଶନ୍ନ ସାହୁ ଓ କ୍ଷିରେନ୍ଦ୍ରୀ ତନୟା ବିଶ୍ଵାଳ ତାଲିମ ପ୍ରଦାନ କରିଥିଲେ। ସେହିପରି ଗୋଷ୍ଠୀ ସମ୍ବଳ ଶିକ୍ଷକ ରାଜକିଶୋର ସା, ସତ୍ୟବାନ ପ୍ରଧାନ ଓ ହାଇସ୍କୁଲର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button