Country

କନ୍ଧମାଳ ଜିଲ୍ଲା ୩ ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ : ସାଲୁଗା ପ୍ରଧାନ ହେଲେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି

କନ୍ଧମାଳ:(ସମର୍ଥ ନ୍ୟୁଜ): ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲ୍ଲାର ୩ ନିର୍ବାଚନମଣ୍ଡଳୀ ଫୁଲବାଣୀ, ଜି. ଉଦୟଗିରି ଓ ବାଲିଗୁଡା ପାଇଁ ନୂଆ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି l ଦଳର ସଂଗଠନକୁ ଆହୁରି ମଜଭୁତ କରିବାକୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୧୦ ଜଣ ନେତାଙ୍କୁ ମଧ୍ୟ ବଡ଼ ଦାୟିତ୍ଵ ଦେଇଛନ୍ତି । ସେଥି ମଧ୍ୟରେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ କନ୍ଧମାଳ ଜିଲ୍ଲା ସଭାପତି ଦାୟିତ୍ୱ ଦେଇଛନ୍ତି l ସେହିପରି ରାଜୀବ ପାତ୍ରଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଯାଇଛି । ବାଲିଗୁଡ଼ାର କ୍ଳେଶ ପ୍ରଧାନଙ୍କୁ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ, ବ୍ରହ୍ମପୁରର ଅଜୟ ମହାରଣାଙ୍କୁ ବାଲିଗୁଡ଼ା ନିର୍ବାଚନମଣ୍ଡଳୀ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ପିପିଲିର କିଶୋର ଛୋଟରାୟଙ୍କୁ ଫୁଲବାଣୀ ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ, ଟୁନା ଦାସଙ୍କୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ସଂଯୋଜକ କରାଯାଇଛି । ସରୋଜ କର୍ଣ୍ଣ ଙ୍କୁ ରାଜ୍ୟ ବିଜେଡି ସମ୍ପାଦକ ନିଯୁକ୍ତି ମିଳିଛି। କନ୍ଧମାଳ ଜିଲ୍ଲା ମହିଳା ବିଜୁ ସଭାନେତ୍ରୀ ଭାବେ ଅନିମା କହଁରଙ୍କୁ ଦାୟିତ୍ଵ ଦେଇଛନ୍ତି ନବୀନ। ପୁନମ କହଁରଙ୍କୁ ବିଜୁ ମହିଳା ଜନତା ଦଳ ରାଜ୍ୟ ସମ୍ପାଦିକା ଭାବେ ନିଯୁକ୍ତ କରାଯାଇଛି। ଦଶପଲ୍ଲାର ସଂଯୁକ୍ତା ଦାସଗୁପ୍ତା କନ୍ଧମାଳ ମହିଳା ବିଜେଡି ସଂଗଠନକ ପର୍ଯ୍ୟବେକ୍ଷକ ଦାୟିତ୍ଵ ପାଇଛନ୍ତି। ବିଜେଡି ସଭାପତିଙ୍କ ଅନୁମୋଦନ କ୍ରମେ ଏହି ନେତାମାନଙ୍କୁ ଉପରୋକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ସମର୍ଥ ନ୍ୟୁଜ ଓଡିଶା

Related Articles

Back to top button