ଢେଙ୍କାନାଳ ଜିଲ୍ଲାସ୍ତରୀୟ କଳା ଉତ୍ସବ -୨୦୨୩ ଅନୁଷ୍ଠିତ


ଢେଙ୍କାନାଳ : ତା.୦୪.୧୧.୨୦୨୩ ରିଖ 🙁 ) ତା .୦୩.୧୧.୨୦୨୩ ରିଖ ଦିନ ସ୍ଥାନୀୟ ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରରେ ଥିବା ସଭାଗୃହରେ ପ୍ରାତଃ ୦୯ଘଟିକା ସମୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଢେଙ୍କାନାଳ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତିଙ୍କ ସଫଳ ନିର୍ଦ୍ଦେଶନାରେ ,ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସସ୍ମିତା ସାହୁ,ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ ଓ ତାଙ୍କ ଟିମ୍,ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନଙ୍କ ମିଳିତ ସଫଳ ମାର୍ଗଦର୍ଶନରେ,ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜନଜାତି ଶିକ୍ଷା ସଂଯୋଜିକା ଶୁଭାଶିଷ ସାହୁ,ମନୋହର ଶତପଥିଙ୍କ ବଳିଷ୍ଠ ସଂଯୋଜନାରେ ଓ ସମସ୍ତ କଳା ନିପୁଣ ବିଚାରକ ବୃନ୍ଦଙ୍କ ସଫଳ ସହଯୋଗିତାରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ କଳା ଉତ୍ସବ -୨୦୨୩ ଅନୁଷ୍ଠିତ ହୋଇଯାଇଅଛି।ଏହି ଉପଲକ୍ଷେ ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଭୟ ଉଦଘାଟନୀ ଓ ଉଦଯାପନୀ ସଭାରେ ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଜିଲ୍ଲା ଶିକ୍ଷା ଅଧିକାରୀ ବିନିତା ସେନାପତି ଏହି କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ କରି ସମସ୍ତଙ୍କୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ କଳା ଉତ୍ସବର ସଫଳତା କାମନା କରିଥିଲେ।ମୁଖ୍ୟ ଅତିଥି ମହାଶୟା ସ୍ଵୀୟ ଅଭିଭାଷଣରେ ଉତ୍କୃଷ୍ଟ କଳାର ରାଜ୍ୟ ଉତ୍କଳର କଳାକୁ ଛାତ୍ରୀ ଛାତ୍ର ମାନେ ସମଗ୍ର ଭାରତ ବର୍ଷ ଓ ସର୍ବୋପରି ବିଶ୍ୱ ଦରବାରରେ ପହଞ୍ଚାଇବାର ପ୍ରଚେଷ୍ଟା ଜାରି ରଖିବାକୁ ଦୃଢ଼ ମତ ପୋଷଣ କରିଥିଲେ।ସେ ମହାଶୟଙ୍କ ଦ୍ଵାରା ଏକ ସୁନ୍ଦର ଭଜନ ପରିବେଷଣ କଳା ଓ ସଙ୍ଗୀତ ପ୍ରତି

ତାଙ୍କର ଗଭୀର ଅନୁରକ୍ତିର ଅନ୍ୟତମ ପରିପ୍ରକାଶ ବୋଲି ସ୍ପଷ୍ଟ ପ୍ରତିପାଦିତ ହୋଇଥିଲା।ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଯୋଗଦାନ କରି କେବଳ ଶ୍ରେଣୀ ବହି ପଢ଼ା ନୁହେଁ,ପୋଥିଗତ ବିଦ୍ୟା ବାଦେ ଯୁଗପଯୋଗୀ କଳାରେ ଜ୍ଞାନ ଆହରଣ କରି ସେଥିରେ ଉତ୍କର୍ଷତା ହାସଲ କରିବା ପାଇଁ ଛାତ୍ରୀ-ଛାତ୍ରମାନଙ୍କୁ ଦୃଢ଼ ଆହ୍ଵାନ ଜଣାଇ ଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ଓଡ଼ିଶାର କଳାକୁ ବଞ୍ଚାଇ ରଖି ଏହାକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାକୁ ସମସ୍ତ କଳାପ୍ରେମୀ ଜନ ସାଧାରଣ ଆଗେଇ ଆସିବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦଙ୍କ ଦ୍ଵାରା ଦଶଟି ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସଫଳ ଛାତ୍ରୀଛାତ୍ର ପ୍ରତିଯୋଗୀମାନଙ୍କୁ ପର୍ଯ୍ୟାୟ କ୍ରମେ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସଫଳ ପ୍ରତିଯୋଗୀମାନେ ଆସନ୍ତା ୧୦ ତାରିଖ ଦିନ କଟକର ଖାନନଗର ହାଇସ୍କୁଲ୍ ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ୍ ସ୍ତରୀୟ କଳା ଉତ୍ସବ -୨୦୨୩ ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।ସମଗ୍ର ଶିକ୍ଷା କାର୍ଯ୍ୟାଳୟର ମନୋହର ଶତପଥି ସଭାର ଆଭିମୁଖ୍ୟ,ସ୍ଵାଗତ ଭାଷଣ ,ବିବରଣୀ ପାଠ,ଅତିଥି ପରିଚୟ ପ୍ରଦାନ,ଅତ୍ୟନ୍ତ ସୁନ୍ଦର ଚିତ୍ତାକର୍ଷକ ଢ଼ଙ୍ଗରେ କାର୍ଯ୍ୟକ୍ରମ ସଂଯୋଜନା,ମଞ୍ଚ ପରିଚାଳନା ଓ ପରିଶେଷରେ ସ୍ଵୀୟ ଧନ୍ୟବାଦ ଅର୍ପଣ ପର୍ବରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସଭା ପ୍ରାରମ୍ଭରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ଵାରା ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ,ଦୀପ ଓ ନୈବେଦ୍ୟ ଅର୍ପଣ କରାଯାଇ ବିଦ୍ୟାଳୟର ସହକାରୀ ଶିକ୍ଷକ ଜିତେନ୍ଦ୍ର କୁମାର ସାହୁଙ୍କ ଦ୍ବାରା ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ସପ୍ତଶଯ୍ୟା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ଛାତ୍ରୀ- ଛାତ୍ରମାନେ ସୁମଧୁର ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍ ର ଶିକ୍ଷାନୁଷ୍ଠାନଗୁଡ଼ିକରୁ ଭୋକାଲ୍ ମ୍ୟୁଜିକ୍ କ୍ଲାସିକାଲ, (ହିନ୍ଦୁସ୍ଥାନୀ ବା କର୍ଣ୍ଣାଟକୀ),ଯେକୌଣସି ଭାଷାର ଓ ଶୈଳୀରେ ଭୋକାଲ୍ ମ୍ୟୁଜିକ୍ ,ପାରମ୍ପରିକ,ଲୋକ ଗୀତ,ଯେକୌଣସି ଭାରତୀୟ ପାରମ୍ପରିକ ବାଦ୍ୟ ଯନ୍ତ୍ର -ପରକୁସିଭ୍/ମେଲୋଡ଼ିକ୍ ହିନ୍ଦୁସ୍ଥାନୀ ବା କର୍ଣ୍ଣାଟକୀ ମ୍ୟୁଜିକ୍ ,ଶାସ୍ତ୍ରୀୟ ନୃତ୍ୟ,ଲୋକ ନୃତ୍ୟ,ଭିଜୁଆଲ୍ ଆର୍ଟ ଟୁ -ଡାଇମେନ୍ସନାଲ ଡ୍ରଇଂ,ପେଣ୍ଟିଂ ବା ପ୍ରିଣ୍ଟ ଓ ଥ୍ରି -ଡାଇମେନ୍ସନାଲ – ସ୍ଥାପତ୍ୟ,ପାରମ୍ପରିକ ଖେଳନା ଓ ଖେଳ ଏବଂ ଏକକ ଅଭିନୟ ଭଳି ଦଶଟି ବିଭାଗରେ ସଫଳ ଅଂଶ ଗ୍ରହଣ କରିଥିବା ଛାତ୍ରୀ – ଛାତ୍ର ପ୍ରତିଯୋଗୀ, ପ୍ରଧାନ ଶିକ୍ଷୟିତ୍ରୀ ନସିମ୍ ଆରା ବେଗମ୍ ,ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ସମେତ ସମସ୍ତ ଶିକ୍ଷୟିତ୍ରୀ, ଶିକ୍ଷକ, କର୍ମଚାରୀ ବୃନ୍ଦ,ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜନଜାତି ଶିକ୍ଷା ସଂଯୋଜିକା ଶୁଭାଶିଷ ସାହୁ,ମନୋହର ଶତପଥିଙ୍କ ସମେତ ସମସ୍ତ କଳାନିପୁଣ ବିଚାରକ ବୃନ୍ଦ,ସମସ୍ତ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୂଚାରୁ ରୂପେ ପରିଚାଳନା କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ବୃନ୍ଦ, ପ୍ରଧାନ ଶିକ୍ଷୟିତ୍ରୀ- ପ୍ରଧାନ ଶିକ୍ଷକ ବୃନ୍ଦ ,ଶିକ୍ଷୟିତ୍ରୀ – ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ, ବି.ଆର୍.ସି.ସି ବୃନ୍ଦ ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷାବିଭାଗର କର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ,ସେମାନଙ୍କ ମାତା – ପିତା, ଅଭିଭାବିକା -ଅଭିଭାବକ ବୃନ୍ଦ ଓ ଶିକ୍ଷା ତଥା କଳାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ, ବ୍ୟକ୍ତିବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇ ପାରିଥିଲା।ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଜନଜାତି ଶିକ୍ଷା ସଂଯୋଜିକା ଶୁଭାଶିଷ ସାହୁ,ମନୋହର ଶତପଥି ଓ ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ଢେଙ୍କାନାଳର ବରିଷ୍ଠ ଶିକ୍ଷକ,ଢେଙ୍କାନାଳ ଜିଲ୍ଲା ମୋ ସ୍କୁଲ୍ ଅଭିଯାନ କ୍ୟାମ୍ପେନ୍ ଟିମର ଦଳମୁଖ୍ୟ ତଥା ମେଡ଼ିଆ ପ୍ରଭାରୀ ଡ଼ା.ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମର ସଫଳତାର ସମ୍ବାଦ ସମ୍ପ୍ରସାରଣ ପ୍ରକ୍ରିୟାରେ ସକ୍ରୀୟ ଅଂଶଗ୍ରହଣ କରି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଢେଙ୍କାନାଳ ରୁ ଦୀପ ନାରାୟଣ ଷଡ଼ଙ୍ଗୀ ଙ୍କ ରିପୋର୍ଟ ସମର୍ଥ ନିୟୁଜ




