ସ୍ୱସ୍ତିକ କ୍ଲବ ପଲସlଗୋରlର ୨୫ତମ ଗଜଲକ୍ଷ୍ମୀ ପୂଜା ଉଦଯାପିତ , ମୁରାସୁର ନିଧନ ସହ ଶେଷ ହେଲା ରଙ୍ଗମଞ୍ଚର ମୁରାସୁର ରାଜ


କଣ୍ଟାମାଳ, ତା ୪/୧୧ (ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ସ୍ୱସ୍ତିକ କ୍ଲବ ଦ୍ୱାରା ଆୟୋଜିତ ୨୫ତମ ଗଜଲକ୍ଷ୍ମୀ ପୂଜା ଅବସରରେ ମକର ପଡିଆ ଠାରେ ଗତ ଛଅ ଦିନ ଧରି ଚାଲିଥିବା ମୁରାସୁର ଦରବାରରେ ମୁରାସୁର ରାଜୁତିର ଶେଷ ସନ୍ଧ୍ୟାର ରଙ୍ଗସଭାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମହାପ୍ରତାପୀ ତ୍ରିପୁର ବିଜୟୀ ମୁରାସୁର ଶେଷ ନୃସିଂହଙ୍କ ଦ୍ୱାରା ନିଧନ ସହ ମୁରାସୁର ରାଜର ଅନ୍ତ ଘଟିଛି l ଅନ୍ତିମ ସନ୍ଧ୍ୟାରେ ଆୟୋଜିତ ମୁରାସୁର ଦରବାରରେ ରାଜ ଅତିଥିଭାବେ ପୂର୍ବତନ ପରିବହନ ମନ୍ତ୍ରୀ ତଥା ବିରମହlରାଜପୁର ବିଧାୟକ ପଦ୍ମନାଭ ବେହେରା, କଣ୍ଟାମାଳ ବିଧାୟକ ମହୀଧର ରଣା, ବିଜେଡି ରାଜ୍ୟ ସମ୍ପାଦକ ସୁଧୀର

ମହାକୁଡ଼,କମିଟି ସଭାପତି ଶାନ୍ତନୁ ମହାପାତ୍ର, ସମ୍ପାଦକ ବିଘ୍ନେଶ ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ ଆୟୋଜିତ ଏହି ବିରାଟ କାର୍ଯ୍ୟକ୍ରମର ଉଦ୍ୟକ୍ତାମାନଙ୍କ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ ଓ ମଞ୍ଚ ଦ୍ୱାରା ହିଁ କଳାର ବିକାଶ ଘଟିଥାଏ ବୋଲି ବକ୍ତବ୍ୟ ରଖିଥିଲେ । ରଙ୍ଗ ସଭାକୁ ଅଚ୍ୟୁତ ଖମାରୀ ପରିଚାଳନା କରିଥିବାବେଳେ କମିଟିର କୁନା ଭୋଇ, କୁନ୍ଦନ ଦନ୍ତା, ରଞ୍ଜନ ପଣ୍ଡା ସମେତ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ l ଶେଷ ସନ୍ଧ୍ୟାରେ ଶେଷ ନୃସିଂହଙ୍କ ଦ୍ୱାରା ମୁରାସୁର ନିଧନ ନାଟକକୁ ହଜାର ହଜାର ଦର୍ଶକ ମନଭରି ଉପଭୋଗ କରିଥିଲେ l ଛଅ ଦିନ ଧରି ଚାଲିଥିବା ମୁରାସୁର ଦରବାରରେ ମୁରାସୁର ଭୂମିକାରେ ଅଭିନୟ କରୁଥିବା ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପ୍ରସିଦ୍ଧ କଳାକାର ହୃଷିକେଶ ଭୋଇଙ୍କ ଉଚ୍ଚ କୋଟିର ଅଭିନୟକୁ ଅଞ୍ଚଳବାସୀ ମନଭରି ଉପଭୋଗ କରିବା ସହ ଭୂୟସୀ ପ୍ରଶଂସା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମହାମନ୍ତ୍ରୀ ଭାବେ ନନ୍ଦିଘୋଷ ମହାପାତ୍ର, ସେନାପତି -ହେମନ୍ତ ପ୍ରଧାନ, ନାରଦ – ସୁଦର୍ଶନ ଦାଶ, ଦୂତ -ଭାଗ୍ୟ ମଲିକ,କଣ୍ଠ -ଭାର୍ଗବ କାର୍ତିଆ, ବିକଣ୍ଠ -ସୂର୍ଯ୍ୟ ପ୍ରକାଶ କର୍ଣ୍ଣ, ନୃସିଂହ -ଅରୁଣ କର୍ଶେଲ, ଶେଷଦେବ -ରାଜେନ୍ଦ୍ର କୁମାର ଭୋଇ,ନାରଦ -ସୁଦର୍ଶନ ଦାଶ, ଦୂତ -ଭାଗ୍ୟ ମଲ୍ଲିକ, ଯମରାଜ -ସୁଦାମ ବିଶି, ସାରଥୀ -ଅନିରୁଦ୍ଧ ଭୋଇ ଓ ମୋହିନୀ ବେହେରା ଲକ୍ଷ୍ମୀ ଭୂମିକାରେ ଅଭିନୟ କରିଥିଲେ l ଉତ୍ସବକୁ ସ୍ୱସ୍ତିକ କ୍ଲବ ର ସମସ୍ତ ସଦସ୍ୟ ପରିଚାଳନା କରିଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




