ବିନିକା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱଚ୍ଛତା ପକୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ l


ବିନିକା, ୩/୧୦ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧକ୍ଷ ସତ୍ୟନାରାୟଣ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସ୍ୱଚ୍ଛତା ପକୋଡା କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ସତ୍ୟନାରାୟଣ ପଧାନ କାର୍ଯ୍ୟନିର୍ବାହୀ ଅଧିକାରୀ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ, ସମ୍ମାନୀତ ଅତିଥି ବୃନ୍ଦାବନ ସାହୁ ସହକାରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ, ପ୍ରକାଶ ଅଗ୍ରୱାଲ ସଭାପତି ମହାନଦୀ ଯୁବ ସଂଗଠନ,ଜନ ସମ୍ପ୍ରସାରଣ ଅଧିକାରୀ ଅକୁର ହୋତା,ସନ୍ତୋଷ ବିଭାର ମୁଖ୍ୟ ଦାୟିତ୍ୱ,ବିନ୍ଦୁ ଲୋହାର ପିଏଚଓ ବିନିକା,ବିପିଏମ ସୁଶାନ୍ତ ଭୋଇ, କାଉନସେଲର ବିଜୟ ବରାଇ,ଛାଲୁ, ମହାନଦୀ ସଂଗଠନ ପ୍ରତିଷ୍ଠାତା କ୍ଷିର ସାଗର ବିଭାର ସହ ସଙ୍ଗଠନ ର କର୍ମକର୍ତ୍ତା ଦୀପନ୍ୱିତl ମହଣା, ଯୋଗେଶ ମେହେର, ସୀତାରାମ ଦାସ, ଫଗୁନୁ କୁମ୍ଭାର,ଡାକ୍ତରଖାନା ଓ ଏନଏସି କର୍ମଚାରି ଆଦି ଙ୍କ ଉପସ୍ଥିତ ସଭାରେ ମହାନଦୀ ଯୁବ ସଂଗଠନ ଓ ସଫେଇ କର୍ମଚାରୀ ମାନଙ୍କୁ ସ୍ୱଚ୍ଛ ଭାରତ ଅଭିଯାନ ତରଫରୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ସଭା ଶେଷରେ ସହରରେ ସମସ୍ତ ଉପସ୍ଥିତ ଅତିଥି ଓ ସଭ୍ୟ ସଭ୍ୟା ମାନଙ୍କୁ ନେଇ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା l
ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ




