Country

ଅଙ୍ଗନ ୱାଡ଼ି କେନ୍ଦ୍ରରେ ଅନିୟମିତତା କୁ ବିରୋଧ କଲେ ଅଭିଭାବକ, ଘଟଣାର ତଦନ୍ତ କଲେ CDPO।

 

– ସପନ ପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଅନୀୟ ମିତତା କୁ ନେଇ ଅଭିଭାବକ ଓ ଗ୍ରାମବାସୀ ବିରୋଧ । ପାଞ୍ଚ ବର୍ଷ ହେବ ନୂତନ ଅଙ୍ଗ ନ ୱାଡ଼ି ଗୃହ ହୋଇ ଥିଲେ ମଧ୍ୟ ତାହା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅଧିନ ଚମ୍ପା ପୁର A ଅଙ୍ଗ ନ ୱାଡ଼ି କେନ୍ଦ୍ରରେ। ପୂର୍ବରୁ ଗ୍ରାମବାସୀ ଙ୍କ ପକ୍ଷରୁ ବିଭାଗୀୟ ଅଧିକାରୀ ଙ୍କ ନିକଟରେ କେନ୍ଦ୍ରରେ ବିଭିନ୍ନ ସାମଗ୍ରୀ ର ଆତ୍ମସାତ ଓ ଉପସ୍ଥାପନାରେ ଅଧିକ ପିଲା ଦର୍ଶାଇ ଥିବା ବେଳେ ଏହି ଅନିୟମିତତା ସମ୍ପର୍କ ରେ ଗ୍ରାମବାସୀ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ଆଜି ଅଭିଯୋଗ ଆଧାରରେ CDPO ଭଗବତୀ ଗୁରୁ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀ ଙ୍କ ପକ୍ଷରୁ କରାଯାଇ ଥିବା ଅଭିଯୋଗ ର ତଦନ୍ତ କରିଥିଲେ, ଅଙ୍ଗ ନ ୱାଡ଼ି କେନ୍ଦ୍ର ର ଦିଦି ଙ୍କ ନାମରେ ଆସିଥିବା ବିଭିନ୍ନ ବାଟ ମାରଣା ଅଭିଯୋଗ କୁ ମଧ୍ୟ ସ୍ବୀକାର ମଧ୍ୟ କରି ଥିଲେ। ତେବେ ବିଭାଗୀୟ କର୍ତ୍ତୁପକ୍ଷ ଘଟଣା ସମ୍ପର୍କରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନେବା କୁ ଦାବି କରିଛନ୍ତି ଗ୍ରାମ ବାସି।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button