କଣ୍ଟାମାଳ ବ୍ଳକରେ ଦୀର୍ଘ ୪/୫ମାସ ହେଲା ଭତ୍ତାରୁ ବଞ୍ଚିତ ଅନେକ ହିତାଧୀକାରୀ


କଣ୍ଟାମାଳ,୦୪।୧୧(ପ୍ରଭାତ କୁମାର ସାହୁ): ସରକାର ଅସହାୟ , ନିରୀହ, ଗରିବ ବୃଦ୍ଧ ବୃଦ୍ଧା ତଥା ବିଧବା ମହିଳା ମାନଙ୍କୁ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନେକ ସାମାଜିକ ସୁରକ୍ଷା ଯୋଜନା ପ୍ରଣୟନ କରି ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି | ହେଲେ ଦୁଃଖର କଥା ଯେ ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ନା ଆଉ କାହାରି ତୃଟି ଯୋଗୁଁ ହିତାଧୀକାରୀମାନେ ସରକାରୀ ଯୋଜନାର ସୁବିଧାରୁ ବଞ୍ଚିତ ହେଉଛନ୍ତି |ଯାହା ଫଳରେ କି ୪/୫ ମାସ ହେଲା ଭତ୍ତାରୁ ବଞ୍ଚିତ ରହି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ଅଭିଯୋଗ ଆସିଛି କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତରୁ । ତତ୍ ମଧ୍ୟରୁ ଘଣ୍ଟାପଡ଼ା, ଆମ୍ବଗାଁ, ଖୁଣ୍ଟିଗୋରା, ବରଗାଁ, କଣ୍ଟାମାଳ,ପଲସାଗୋରା, ବରଗୋଛା ଆଦି ୨୪ଟି ପଞ୍ଚାୟତରେ ଏ ସବୁ ତୃଟି। ବୁଝିବାରେ ଜଣାପଡିଲା ଯେ, ଯେଉଁ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଭତ୍ତା ଟଙ୍କା ପଡ଼ୁଥିଲା, ସେମାନଙ୍କର ଏ ସବୁ ତୁଟି ରହିଛି। ସେମାନେ ଭତ୍ତା ୪/୫ ମାସ ହେଲା ପାଉନାହାନ୍ତି। ଏ ସଂପର୍କରେ ବ୍ଲକ୍ ସାମାଜିକ ଅଧିକାରୀ। ସୂର୍ଯ୍ୟ କୁମାର ଦାସଙ୍କୁ ପଚାରିବାରୁ ସେ କହିଲେ ଯେ, ଯେଉଁମାନଙ୍କର ଭତ୍ତା ବ୍ୟାଙ୍କ ଜମାଖାତାରେ ପଡ଼ୁଥିଲା ତାକୁ ସରକାର ବନ୍ଦ କରି ପୁଣି ସିଧାସଳଖ ହିତାଧିକାରୀକୁ ଟଙ୍କା ଦେବାପାଇଁ ନିର୍ଦ୍ଦେଶ ଆସିବା ପରେ ଏ ସମସ୍ୟା ଉପୁଜିଛି। ଏହା ପର୍ଯ୍ୟାୟ କ୍ରମେ ସମାଧାନ କରାଯାଉଛି। ଆସନ୍ତା ମାସ ମଧ୍ୟରେ ସବୁ ଠିକ ଠାକ ହୋଇ ସିଧାସଳଖ ପୂର୍ବବକେୟା ସହ ପାଇପାରିବେ ବୋଲି ଆମ ପ୍ରତିନିଧିକୁ ସୂଚନା ଦେଇଛନ୍ତି।
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




