Country

ବୌଦ୍ଧ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପ୍ରସ୍ତୁତି ବୈଠକ।

 

ବୌଦ୍ଧ-୦୨।୧୧: -(ହୃଦାନନ୍ଦ ମେହେର)-ବୌଦ୍ଧ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ପାଇଁ ଆଜି ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ସଭାଗୃହରେ ସମସ୍ତ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ଅଧିକାରୀ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସମ୍ପର୍କିତ ବୈଠକରେ ବୌଦ୍ଧ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ରାମାରାଓ ପାଳ ଅଧ୍ୟକ୍ଷତା କରିଥିଲେ ଏବଂ ଜିଲ୍ଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଶ୍ରୀମତୀ ଲିପସା ରାଣୀ ଦାସ ଯୋଗଦାନ କରିଥିଲେ। ବୈଠକରେ ଆସନ୍ତା ୧୮ ଏବଂ ୧୯ ତାରିଖରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ହେବା ପାଇଁ ନିଷ୍ପତି ନିଆଯାଇଥିଲା। ବୌଦ୍ଧ ଜିଲ୍ଲାରେ ପ୍ରଥମ ଥର କରି ମତ୍ସ୍ୟ ବିଭାଗ ଓ ପ୍ରାଣୀସମ୍ପଦ ବିଭାଗ ଦ୍ଵାରା ଆୟୋଜିତ କରାଯାଇଥିବା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ଲୋକମାନଙ୍କ ଠାରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କ ର ଏହି ପ୍ରୟାସ କୁ ଜିଲ୍ଲାରେ ସଠିକ୍ ଭାବରେ ପ୍ରଦର୍ଶନ କରିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା।

ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା

Related Articles

Back to top button