Country

ମେହେରୁଣି ପୋଲ ନିକଟରୁ ବାଇକ୍, ଟଙ୍କା ସହ ମୋବାଇଲ ଚୋରି, ମନମୁଣ୍ଡା ପୋଲିସ ନିରବଦ୍ରଷ୍ଠା

 

କଣ୍ଟାମାଳ,୦୩।୧୧(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ମନମୁଣ୍ଡା ଥାନା ଅନ୍ତର୍ଗତ ମେହେରୁଣି ପୋଲ ନିକଟରୁ ଗତକାଲି ରାତି ୮ଟାରେ ବାଇକ୍ , ଟଙ୍କା ସହ ମୋବାଇଲ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଆଜି ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ ହୋଇଛି | ସୂଚନା ଅନୁସାରେ କଣ୍ଟାମାଳ ଥାନା ଲମ୍ବସରି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମାରଡୋଳ ଗ୍ରାମର ପ୍ରଫୁଲ୍ଲ ସାହୁ ନିଜ ଏଚଏଫ୍ ଡିଲକ୍ସ ବାଇକ୍( ଓଡ଼ି୩୧ ଜି ୬୭୯୮) ଯୋଗେ କୌଣସି କାମରେ ନିଜ ଗ୍ରାମରୁ ବରଗୋଛା ଦେଇ ମନମୁଣ୍ଡା ପଟକୁ ଯାଉଥିଲେ | ରାତି ୮ଟା ସମୟରେ ବିଳାସପୁର ମେହେରୁଣି ପୋଲ ନିକଟରେ ଶୌଚ ପାଇଁ ନିଜ ପ୍ୟାଣ୍ଟ୍, ମୋବାଇଲ ସହ ଚାବି ଗାଡ଼ି ଉପରେ ରଖି ନାଳ ଭିତରକୁ ଯାଇଥିଲେ | ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ପ୍ୟାଣ୍ଟ, ଚାବି,ଗାଡ଼ି ସହ ପ୍ୟାଣ୍ଟ୍ ରେ ଥିବା ୭ଶହ ଟଙ୍କା ଧରି ଫେରାର ହୋଇଥିବା ଅଭିଯୋଗ ହୋଇଛି | ଏ ନେଇ ଆଜି ପ୍ରଫୁଲ୍ଲ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ଆଧାରରେ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି | ସୂଚନା ଥାଉ କି ବାରମ୍ବାର ଏହି ମେହେରୁଣି ପୋଲ ନିକଟରେ ଚୋରି , ଡକାୟତି, ହତ୍ୟା ଭଳି ଅନେକ ଅପରାଧିକ ଘଟଣା ଘଟୁଥିବା ବେଳେ ସ୍ଥାନୀୟ ପୋଲିସ ପକ୍ଷରୁ ପେଟ୍ରୋଲିଙ୍ଗ ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରି ଆସୁଥିଲେ ସୁଦ୍ଧା ପୋଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି | ପୋଲିସ ପେଟ୍ରୋଲିଙ୍ଗ ନହେବାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଗୋଟିଏ ପରେ ଗୋଟିଏ ଘଟଣା ଘଟାଇ ଚାଲିଛନ୍ତି | ଯାହା ଫଳରେ ଦୁର୍ବୃତ୍ତ ମାନେ ସକ୍ରିୟ ହୋଇ ପଡିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି | ଗତ କିଛି ଦିନ ତଳେ ବିିଳମ୍ୱିିତ ରାତିରେ ଏହି ପୋଲ ନିକଟରେ ଦୁଇ ଭାଇଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଲୁଟ ହୋଇଥିଲା | ଏହା ବାରମ୍ଵାର ଘଟୁଥିଲେ ପୋଲିସ ଚୁପ ରହିବା ଏବଂ ମନମୁଣ୍ଡା ଥାନାକୁ ବାରମ୍ଵାର ଅର୍ଥାତ ଚତୁର୍ଥଥର ପାଇଁଁ ଆଇଆଇସି ଭାବେ ଭାବାନନ୍ଦ ପ୍ରଧାନଙ୍କ ନିଯୁକ୍ତି ପ୍ରଶ୍ଚବାଚୀ ସୃଷ୍ଟି କରିଛି। ଜଣେ ଆଇଆଇସି ଗୋଟିଏ ଥର ପାଇଁ ନିଯୁକ୍ତି ହେବା ନିୟମ ଥିଲେ ସୁଦ୍ଧା ମନମୁଣ୍ଡା ଥାନାକୁ ଥରେ ନୁହଁ ଚାରି ଚାରିଥର ଥାନାଧିକାରୀ ଭାବେ ଯୋଗଦାନ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଏଥିପ୍ରତି ଉଚ୍ଚାଧିକାରୀ ଦୃଷ୍ଟି ଦେବାକୁ ଜନସାଧାରଣ ଦାବି କରୁଛନ୍ତି।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁତ

Related Articles

Back to top button