ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଷଷ୍ଠ ବାର୍ଷିକ ଉତ୍ସବ ପାଳିତ


ଭୁବନେଶ୍ୱର ଆଜି ଲୋହିଆ ଏକାଡେମୀ ସଭା ଗୃହରେ ଅଲ ଓଡିଶା ଇପିଏଫପେନସନର୍ସ ଆସୋସିଏସନର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି.2018ମସିହାରେ ଏହି ଆସୋସିଏସନ ଗଠନ ହୋଇଥିଲା ଓ ଆଜି ରାଜ୍ୟର ସମସ୍ତ 30ଗୋଟି ଜିଲ୍ଲାରୁ ସଭାପତି ତଥା କର୍ମକର୍ତା ମାନେ ଆସି ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତି ନେବା ପାଇଁ ଆଲୋଚନାରେ ଭାଗ ନେଉଛନ୍ତି ବୋଲି ଆସୋସିଏସନ ତରଫରୁ କୁହାଯାଇଛି. ଆମ ଆସୋସିଏସନର ମୁଖ୍ୟତଃ ତିନୋଟି ଦାବି ଉପରେ ଆଲୋଚନା ଚାଲିଛି. ଆମକୁ ସର୍ବନିମ୍ନ ପେନସନ ପ୍ରଦାନ ସହ ମାହଙ୍ଗା ଭତ୍ତା ପ୍ରଦାନ, ସୁପ୍ରିମ କୋର୍ଟଙ୍କ ନିର୍ଦେଶ ପରିପେକ୍ଷୀରେ ବର୍ଦ୍ଧିତ ପେନସନ ବ୍ୟବସ୍ଥା କରିବା ଓ ଆମକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରି ଆସୁଛୁ ଓ ନ ଶୁଣିଲେ ଆଗକୁ ଆନ୍ଦୋଳନ ସାରା ଓଡ଼ିଶାରେ ହେବ ବୋଲି କହିଛନ୍ତି ଆସୋସିଏସନର ସମ୍ପାଦକ ଭାଗ୍ୟଧର ବର୍ମା. ସେହିପରି ଆମକୁ କେନ୍ଦ୍ର ଓ ରାଜ୍ୟ ସରକାରୀ ପେନସନ ଭୋଗୀଙ୍କ ପରି 9 ହଜାର ଟଙ୍କା ପେନସନ ଓ ମାହଙ୍ଗା ଭତ୍ତା ମିଳୁ, ଓଡ଼ିଶାରେ ଆମ ଆସୋସିଏସନର ଦୁଇ ଲକ୍ଷ କୋଡିଏ ହଜାର ପେନସନ ଭୋଗୀ ଅଛନ୍ତି, ବହୁତ ପେନସନ ଭୋଗୀ ମାତ୍ର ହଜାରେ ଟଙ୍କା ପେନସନ ପାଇ ବଡ଼ କଷ୍ଟରେ ଚାଲୁଥିବାରୁ ଏବଂ ବହୁତ ଜଣ ମୃତ୍ୟୁ ବରଣ କରିଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପୂର୍ବରୁ ଆମ ଦୁଃଖ ଜଣାଇ ଆସୁଥିଲେ ମଧ୍ୟ ସରକାର ଶୁଣୁ ନ ଥିବାରୁ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରିବାସହ ଆସନ୍ତା ନିର୍ବାଚନରେ ସରକାରଙ୍କୁ ଅସହଯୋଗ କରିବ ବୋଲି ଚେତାବନୀ ଦେଇଛନ୍ତି ଆସୋସିଏସନର ରାଜ୍ୟ ସଭାପତି ବିଜୟ କୁମାର ଜେନା.
ରିପୋର୍ଟ ଦେବ ପ୍ରସାଦ ମହାନ୍ତି.




