ଭାଇଚାରାର ଉତ୍ସବ ତିର୍ତ୍ତୋଲର ଗଜଲକ୍ଷ୍ମୀ ମହୋତ୍ସବ


ତିର୍ତ୍ତୋଲ ::- ଗଜଲକ୍ଷ୍ମୀ ପୂଜା ମହୋତ୍ସବ ସମଗ୍ର ତିର୍ତ୍ତୋଲ ଅଞ୍ଚଳ ରେ ପବିତ୍ର ଭାଇଚାରା ର ବାର୍ତ୍ତା ବହନ କରିପାରିଛି ! ଆୟୋଜକ ବ୍ୟବସାୟୀ ମାନଙ୍କୁ ଉଚ୍ଚପ୍ରଶଂସା କରି ଆମନ୍ତ୍ରିତ ଅତିଥି ମାନେ ତିର୍ତ୍ତୋଲ ଅଞ୍ଚଳର ଗୌରବ ବର୍ଣ୍ଣନା କରିଥିଲେ ! ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ନେହେରୁବଜାର ଗଜଲକ୍ଷ୍ମୀ ପୂଜା ୫୪ ତମ ମହୋତ୍ସବ ର ଷଷ୍ଠ ସନ୍ଧ୍ୟାର ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଇଂ ହିମାଂଶୁ ଭୂଷଣ ମଲ୍ଲିକ !ଅନୁଷ୍ଠାନ ର ମାର୍ଗ ଦର୍ଶକ ଓ ପ୍ରତିଷ୍ଠାତା ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ତିର୍ତ୍ତୋଲ ମାଟିର ବରପୁତ୍ର ଚକ୍ଷୁରୋଗ ବିଶେଷଜ୍ଞ ଡଃ ତପନ କୁମାର ମହାପାତ୍ର ଙ୍କୁ ଅତିଥିମାନଙ୍କ ଦ୍ଵାରା “ତିର୍ତ୍ତୋଲ ଗୌରବ” ସମ୍ମାନରେ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ ଛାତ୍ରନେତା ଦେବପ୍ରସାଦ ନାୟକ , ତିର୍ତ୍ତୋଲ କୁମାରୋତ୍ସବ ସମିତିର ସଭାପତି ବିମଳକାନ୍ତ ମହାପାତ୍ର , ମୁଳିସିଂ ସରପଞ୍ଚ ସାଫୀ ଆଜାମ ଓ ନିରୁପମା ମହାପାତ୍ର ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଗଜଲକ୍ଷ୍ମୀ ପୂଜା କମିଟିର ଉପସଭାପତି ନରେଶ ମହାପାତ୍ର ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ବଟକୃଷ୍ଣ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଅନୁଷ୍ଠାନର ବରିଷ୍ଟ ସଦସ୍ୟ ଉମାକାନ୍ତ ଦାସ ଓ ନିରଞ୍ଜନ ପ୍ରଧାନ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରିଶେଷରେ ଶ୍ରୀକୃଷ୍ଣ ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




