Country

ମଲିକୁଦରେ ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ 

 

କଣ୍ଟାମାଳ, ତା ୨/୧୧:(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ମଲ୍ଲିକୁଦସ୍ଥିତ କୁଞ୍ଜଘର ମଣ୍ଡପରେ ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦର ଉପ ସଭାପତି ବସନ୍ତ କୁମାର ଖୁରାଙ୍କ ଅଧ୍ୟକ୍ଷତାରେ ଏକ ନମ୍ବର ଜୋନ ସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉମା ପଞ୍ଚାୟତ କମିଟି ସଭାପତି ଧନମନ୍ତ ବିଭାରଙ୍କ ଆହ୍ବାନ କ୍ରମେ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଯୋଗଦେଇ ସଂଗଠନର ଲକ୍ଷ୍ୟ ଏଵଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲା ପାଣ – ଗଣ୍ଡା ସମାଜର ବିଭିନ୍ନ ସମସ୍ୟା ତଥା ସାମାଜିକ ଏକତା ,

ସାମାଜିକ ସଂସ୍କାର , ସାମାଜିକ ସୁରକ୍ଷା , ସାମାଜିକ ଅଧିକାର , ସାମ୍ବିଧାନିକ ଅଧିକାର , ରାଜନୈତିକ ଅଧିକାର ଏବଂ ଅର୍ଥନୈତିକ ଉନ୍ନତି ଉପରେ ଆଲୋଚନା କରିବା ସହିତ ଚଳିତ ନଭେମ୍ବର ମାସ ୫ ତାରିଖରେ ଉମା ଖେଳ ପଡିଆଠାରେ ଏକ ନୂଆଁଖାଇ ଭେଟଘାଟ ତଥା ସଂକଳ୍ପ ସମାବେଶ ଆୟୋଜନ କରିଵାକୁ ନିଷ୍ପତ୍ତି ନିଆଯାଇଥିଲା। ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ଯୁବ ସମାଜସେବୀ ହୃଦାନନ୍ଦ କହଁର , ପ୍ରଦୀପ ନନ୍ଦ ,ଘଣ୍ଟାପଡ଼ା ଜୋନ ସଭାପତି ଦିଲ୍ଲୀପ ବିଶ୍ଵାଳ , ବରଗାଁ ପଞ୍ଚାୟତ ସଭାପତି ପରମେଶ୍ବର ଛତ୍ରିଆ , ସମ୍ପାଦକ ସୁବାଷ ମହାନନ୍ଦ , ଘଣ୍ଟାପଡ଼ା ପଞ୍ଚାୟତ ସଭାପତି ଚମାର ତାଣ୍ଡି , ସମ୍ପାଦକ ଠାକୁର କହଁର , ନାରାୟଣ ପ୍ରସାଦ ପଞ୍ଚାୟତ ସଭାପତି କୈବଲ୍ୟ ମୁନା , ସମ୍ପାଦକ ହୃଦାନନ୍ଦ ମହାନନ୍ଦ , ଉମା ପଞ୍ଚାୟତ କମିଟି ଆବାହକ ଗୁଞ୍ଜୂରୁ ସୁନା , ସଂଯୋଜକ ପ୍ରଦୀପ ମହାନନ୍ଦ , ବରିଷ୍ଠ ସମାଜସେବୀ ଦୁର୍ଗା ଦୀପ , ମହେଶ୍ବର କୁମ୍ଭାର, ବନମାଳୀ ମୁନା , ସୁବାଷ ମୁନା , କର୍ଣ୍ଣ ବାଘ , ସୁରେଶ ମହାନନ୍ଦ , ଜଗତରାମ ହରିପାଲ , ମହେନ୍ଦ୍ର ମହାନନ୍ଦ , ଦେବଘନ ନାଗ , ଗୋବିନ୍ଦ ଜାଲ , ସାନନ୍ଦ ମୁନା , ସୁରେନ୍ଦ୍ର ବଣ୍ଡକି, ଭୀମ କହଁର , ବ୍ରହ୍ମା ମହାନନ୍ଦ , ଲକ୍ଷେଶ୍ୱର ଦୀପ , ସୁରୁ ବିଭାର ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବୈଠକ ଶେଷରେ ରାମଚନ୍ଦ୍ର ତାଣ୍ଡି ଅନ୍ୟବାଦ ଦେଇଥିଲେ।

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ 

 

 

Related Articles

Back to top button