ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ବୌଦ୍ଧ ଶାଖା ତରଫରୁ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ।


ବୌଦ୍ଧ-୦୨/୧୧:-(ହୃଦାନନ୍ଦ ମେହେର)- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଳା ପ୍ରଶାସନ, ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ବୌଦ୍ଧ ଶାଖା ଏବଂ ମିଶନଶକ୍ତି ର ମିଳିତ ଆନୁକୁଲ୍ୟରେ ଦୁର୍ନୀତି ନିବାରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନମୋହନ ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦୁର୍ନିତି ନିବାରଣ ସଚେତନତା ସପ୍ତାହର ଚତୁର୍ଥ ଦିବସରେ ସଚେତନତା ଶୋଭାଯାତ୍ରା, ମିଶନ ଶକ୍ତି ମାଁ ମାନଙ୍କର ପ୍ଲା କାର୍ଡ ସ୍ଲୋଗାନ ଏବଂ ସଚେତନତା ବାର୍ତ୍ତା ସହ ସହର ପରିକ୍ରମା କରିଥଲେ । ଏହି ଶୋଭାଯାତ୍ରାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଡିପିସି ମିଶନଶକ୍ତି ରଶ୍ମିରଞ୍ଜନ ସେଠୀ, କଣ୍ଟାମାଳ ସିଡିପିଓ ଜ୍ୟୋସ୍ନାରାଣୀ ପାଢୀ, ଭିଜିଲାନ୍ସ ଇନିସପେକ୍ଟର ଜଗବନ୍ଧୁ ଅଙ୍ଗାରିଆ, ସୁରକ୍ଷା ଅଧିକାରୀ ଗୀତାଞ୍ଜଳି ପ୍ରଧାନ, ଡି ପିଏ ସିଏ ସସ୍ମିତା ବେହେରା, ବୌଦ୍ଧବ୍ଲକ ସିଡିପିଓ ମିନତୀ ଦେଓ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ଏହି ସଚେତନତା ରଥ ସହର ପରିକ୍ରମା କରି ଦୁର୍ନୀତିର ମୂଳୋତ୍ପାଟନ ପାଇଁ ସଚେତନତା ଧର୍ମୀ ବାର୍ତ୍ତା ପ୍ରଦାନ କରିଥିଲା । ଉପସ୍ଥିତ ସମସ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପାତ୍ର ଦୁର୍ନୀତି ନକରିବାପାଇଁ ଶପଥ ପାଠ କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବି. ପି. ସି. ବୌଦ୍ଧ ସସ୍ମିତା ବାଦୀ, ବି. ପି. ସି. ହରଭଙ୍ଗା ପଲ୍ଲବୀ ମଙ୍ଗରାଜ, ବି. ପି. ସି. କଣ୍ଟାମାଲ ବିଶ୍ୱ ଭୂଷଣ କହଁର, ସି. ଡି. ପି. ଓ ବୌଦ୍ଧ ମିନତୀ ଦେଓ, ବ୍ଲକ ସ୍ତରୀୟ ମହାସଂଘ, ବୌଦ୍ଧ, ହରଭଙ୍ଗା, କଣ୍ଟାମାଳ, ଜ଼ିଲ୍ଲା ସ୍ତରୀୟ ମହାସଂଘ ର ମଁl ମାନେ, ସି. ଆର. ପି, ଏମ. ବି. କେ,ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ର ମଁl ମାନେ, ଆମ୍ବୁଲାନସ ଗାଡି ଏବଂ ଷ୍ଟାଫ, ଭିଜିଲାନ୍ସ ର ସଚେତନତା ଯାନ, ପୋଲିସ ଗାଡି ଏବଂ ସମସ୍ତ କର୍ମଚାରୀ, ବୌଦ୍ଧ ପୋଲିସ ଟିମ,ଆଇ. ଆଇ. ସି., ଆଦର୍ଶ ଥାନା, ବୌଦ୍ଧ ସାରଦା ପ୍ରସନ୍ନ ଦାଶ, ଟାଉନ ହାବିଲଦାର ଶ୍ରୀକାନ୍ତ ବହିଦାର, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଙ୍କ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ମହାବିଦ୍ୟାଳୟର ଛାତ୍ରୀ ମାନେ ସଚେତନତା ରା଼ଲି ରେ ଅଂଶଗ୍ରହଣ କରିଥିଲେ lଗଣମାଧ୍ୟମ ପ୍ରତିନିଧି ମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରଚାର, ପ୍ରସାର କରୁଥିଲେ l ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସଚେତନତାର ବାର୍ତ୍ତା ଦେଇଥିଲେ l
ବୌଦ୍ଧରୁ ଜିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ସମର୍ଥ ନିୟୁଜ ଓଡ଼ିଶା




