Country

ଆଉ ଏକ ଘୋଟଲାର ନଗ୍ନ ଚିତ୍ର ବର୍ଷେ ନପୂରୁଣୁ ରାସ୍ତା ଅବସ୍ଥା ଶୋଚନୀୟ 

ତିର୍ତ୍ତୋଲ -: ଶାସକ ଦଳର ଗେହ୍ଲାପୁଅ ସାଜିଥିବା ଜନୈକ ରାଜନୀତିର ଦଲାଲ କରିଥିବା ଗୋଟିକ ପରେ ଗୋଟିକର ଦୁର୍ନୀତି ପୂର୍ଣ୍ଣ କାର୍ଯ୍ୟର ପର୍ଦାଫାଶ ହେଉଥିଲେ ବି ପ୍ରଶାସନ ବାରମ୍ବାର ଘଣ୍ଟ ଘୋଡେଇ ଚାଲିଛି ! ଦୁର୍ନୀତିରେ ବୁଡ଼ିଯାଇଥିବା ପଞ୍ଚାୟତ ଟି ଜଗତସିଂହପୁର ଜିଲ୍ଳାର ତିର୍ତ୍ତୋଲ ବ୍ଲକ ଅଧୀନ ବିଶନପୁର ପଞ୍ଚାୟତ ! ଯେଉଁଠି ଶୌଚାଳୟ ଠାରୁ ଏଲ ଇ ଡି ଲାଇଟ, ଢ଼ଳେଇ ରାସ୍ତା ପର୍ଯ୍ୟନ୍ତ ସବୁଥିଲେ ଦୁର୍ନୀତିର ଛାପ ! ଏଠାରେ ଦର୍ଶାଉ ଅଛୁ କି ବିଶନପୁର ବୈଷ୍ଣବ ସାହିରୁ ରମେଶ ଦାସ ଘର ପର୍ଯ୍ୟନ୍ତ ରାସ୍ତା ବିଷୟରେ ! ଯାହାର ବ୍ୟୟ ଅଟକଳ ଦୁଇ ଲକ୍ଷ ଟଙ୍କା ଥିବାବେଳେ ୨୦୨୨/୨୩ ଆର୍ଥିକବର୍ଷ ର ୫ମ ଏସ.ଏଫ.ସି. ଯୋଜନାରେ କରାଯାଇଥିଲା ! ଏବଂ ଏହାର କାର୍ଯ୍ୟାଦେଶ ପଂଚାୟତ ନିର୍ବାହୀ ଅଧିକାରୀ ଥିବାବେଳେ ତତ୍କାଳୀନ କନିଷ୍ଠଯନ୍ତ୍ରୀ କ୍ଷିତୀଶ ପଣ୍ଡା ସମସ୍ତ ବିଲ ପାସ କରାଇଥିଲେ ! ଉକ୍ତ ରାସ୍ତାଟି ଅତି ନିମ୍ନ ମାନର ନିର୍ମାଣ ସକାଶୁ ରାସ୍ତାକୁ ଏକାବର୍ଷ ନ ହେଉଣୁ ସିମେଣ୍ଟ ଗୋଡି ବାଲି ସବୁ ଫଡା ଫଡା ହେଇ ଫାଟି ଗଲାଣି ! ସ୍କୁଲ ଯାଉଥିବା ପିଲାମାନେ ଯିବାଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି !ପ୍ରକାଶ ଥାଉ କି ଶ୍ରୀଯୁକ୍ତ ପଣ୍ଡାଙ୍କ ସମୟରେ ବହୁ ଦୁର୍ନୀତି ଏହି ପଞ୍ଚାୟତରେ ପରିଲକ୍ଷିତ ହୋଇଛି ! ଏବାବଦରେ ତିର୍ତ୍ତୋଲ ବିଡ଼ିଓ, କଲେକ୍ଟର, ଲୋକପାଳ ଆଯୁକ୍ତ ଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ କରିନାହିଁ ବୋଲି ବିଶନପୁର ବିକାଶମଞ୍ଚ ର ପ୍ରମୁଖ ଦିଲ୍ଲୀପ କୁମାର ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚିତ କରାଇଥିଲେ ! ଏହାର ବିଧିବଦ୍ଧ ତଦନ୍ତ ହେବା ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି !

ତିର୍ତ୍ତୋଲରୁ ସନାୱାର ଅଲ୍ଲୀଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !

Related Articles

Back to top button