ଉଲୁଣ୍ଡା ରେ “ଆମ ଓଡିଶା ନବୀନ ଓଡିଶା”କାର୍ଯ୍ୟକ୍ରମ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ


ଉଲୁଣ୍ଡା ୨/୧୧ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ହାଇସ୍କୁଲ ପଡିଆ ରେ ଆଜି “ଆମ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ କୁ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିସିଙ୍ଗ ମାଧ୍ୟମରେ ଶୁଭାରମ୍ଭ କରିଥିଲେ। ଉଲୁଣ୍ଡା ବ୍ଳକ ବିକାଶ ପାଇଁ ୮କୋଟି ୫୦ଲକ୍ଷ ବ୍ୟୟରେ ୨୪୪ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରାଯାଇଛି। ଗମନାଗମନ, ଶିକ୍ଷା,

ସ୍ଵାସ୍ଥ୍ୟ,ପାନୀୟ ଜଳ, ପର୍ଯ୍ୟଟନ ସ୍ଥଳୀ ର ବିକାଶ, ବିଦ୍ୟାଳୟ ଓ କଲେଜ ର ବିକାଶ,ପଞ୍ଚାୟତଗୁଡିକ ର ସଶକ୍ତିକରଣ ପାଇଁ ଉଲୁଣ୍ଡା ବ୍ଳକ ପାଇଁ ୮କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି।ବ୍ଳକର ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି।ଏହି ଅବସରରେ ଉଲୁଣ୍ଡା ବ୍ଳକ ବିଡ଼ିଓ କରିସ୍ମା ବେସ୍ରା,ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର,ଏବିଡିଓ ଶୁଭ୍ରାଂଶୁ ଶେଖର ମଲ୍ଲିକ, ତହସିଲଦାର ଦିଲ୍ଲୀପ କୁମାର ମାଝୀ,ଉପଖଣ୍ଡୀୟ ପୋଲିସ ଅଧିକାରୀ ବାସୁଦେବ ଛତ୍ରିଆ, ସମାଜସେବୀ କୃର୍ତିବାସ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ସରପଞ୍ଚ,ସମିତି ସଭ୍ୟ, ୱାଡ଼ମେମ୍ବର, ପୂର୍ବତନ ସରପଞ୍ଚ,ଜନ ପ୍ରତିନିଧି,ସମାଜସେବୀ ,ଏସଏସଜି ମହିଳା, ସଚେତନ ନାଗରିକ ଓ ମହିଳା ସାମିଲ ଥିଲେ।ଏହି ବିରାଟ ସମାବେଶ ରେ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ।

ଉଲୁଣ୍ଡା ରୁ ରାଜେଶ କୁମାର ବାଘ ଙ୍କ ରିପୋର୍ଟ ସମର୍ଥ ନ୍ୟୁଜ




