ପଲସlଗୋରl ମୁରାସୁର ଦରବାର ର ଚତୁର୍ଥ ସନ୍ଧ୍ୟା ସାଂସଦ ଅପରାଜିତା ଙ୍କ ଆତିଥ୍ୟରେ ମୁରାସୁର ଆତ୍ମବିଭୋର


କଣ୍ଟାମାଳ, ତା ୨/୧୧:(ପ୍ରଭାତ କୁମାର ସାହୁ) ଗଜଲକ୍ଷ୍ମୀ ପୂଜା ଅବସରରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସlଗୋରl ସ୍ୱସ୍ତିକ କ୍ଲବ ଦ୍ୱାରା ସ୍ଥାନୀୟ ମକର ପଡିଆ ଠାରେ ଆୟୋଜିତ ମୁରାସୁର ଦରବାରର ଚତୁର୍ଥ ସନ୍ଧ୍ୟାର ରାଜକୀୟ ମୁଖ୍ୟଅତିଥି ରାଷ୍ଟ୍ରୀୟ ଭାଜପା ପ୍ରବକ୍ତା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଆତିଥ୍ୟତାକୁନେଇ ମହାପ୍ରତାପୀ ମୁରାସୁର ଆତ୍ମବିଭୋର ହୋଇଥିଲେ l ଏପରିକି ସାଂସଦ ଅପରାଜିତାଙ୍କ ଉପସ୍ଥିତି ଓ ଅଭିଭାଷଣ ପାଇଁ ସମଗ୍ର ମକର ପଡିଆ

ଲୋକାରଣ୍ୟ ହୋଇଥିଲା l ଦର୍ଶକଙ୍କ ମଧ୍ୟରେ ଅପୂର୍ଵ ଉତ୍ସାହ ଦେଖିବାକୁ ମିଳିଥିଲା l ଦୈତ୍ୟରlଜ ମୁରlସୁରଙ୍କ ରାଜଦରବାରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି,ପୂର୍ବତନ କଣ୍ଟାମାଳ ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ, ୪ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ, ୨ନମ୍ୱର ଜୋନର ଜିଲ୍ଲାପରିଷଦ ସଭ୍ୟା ଶ୍ରୀମତୀ ପଦ୍ମାଳୟା ପ୍ରଧାନ,ସମାଜସେବୀ ଶିତିକଣ୍ଠ ମିଶ୍ର, ବରଗାଁ ସରପଞ୍ଚ ପିନାକ ରଣା, ପଞ୍ଚାନନ ସାହୁ, ବରିଷ୍ଟ ସାମ୍ବାଦିକ ଦିବ୍ୟ ଶଙ୍କର ରାଉତ ଆଦି ରାଜକୀୟ

ଅତିଥିଭାବେ ଯୋଗଦେଇ ଦରବାରର ଆୟୋଜନ, କଳା ସଂସ୍କୃତି ଓ କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l ଅଚ୍ୟୁତ ଖମାରୀ ଅତିଥି ପରିଚୟ ସହ ସଭା ପରିଚାଳନା କରିଥିଲେ l ମୁରାସୁରଙ୍କ ଆଦେଶ କ୍ରମେ ରାଜକୀୟ ଅତିଥିମାନଙ୍କ ମନୋରଞ୍ଜନ ପାଇଁ ନୃତ୍ୟ ଗୀତର ଆୟୋଜନ କରାଯାଇଥିଲା l ନାଟ୍ୟାଭିନୟ ମାଧ୍ୟମରେ ମଞ୍ଚରେ ରଙ୍ଗସଭା ଆୟୋଜନ ପାଇଁ ମୁରାସୁରଙ୍କୁ ନାରଦଙ୍କ ପରାମର୍ଶ, ରଙ୍ଗସଭା ଆୟୋଜନ, ଭଗବତୀ ଭିକ୍ଷା, ରାଜା ମାନଙ୍କୁ ଯୁଦ୍ଧରୁ ନିବୃତ ରହିବା ପାଇଁ ମୁରାସୁର ଙ୍କ ପରାମର୍ଶ ଆଦି ନାଟକ ମଞ୍ଚସ୍ଥ ହୋଇଥିଲା l ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇଙ୍କ ମୁରାସୁର ଭୂମିକାକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ l ଆଖପାଖ ଗାଁ ଗୁଡିକରୁ ଶହ ଶହ ସଂଖ୍ୟାରେ ଆସିଥିବା ଲୋକେ ନାଟକ ମୁରାସୁର ଦରବାର ଓ ନୃତ୍ୟ ଗୀତ ଦେଖିବା ସହ ମିନlବଜାର ବୁଲିବା, ଗୁପଚୁପ, ଚାଟ,ଫାଷ୍ଟ ଫୁଡ ଖାଇବା ଓ ଦୋଳି ଖେଳିବାର ମଜା ଉଠାଇଥିଲେ l

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




