Country

ଧାନଖଣ୍ଡି ବାସିନ୍ଦା ପୂର୍ବତନ ଶିକ୍ଷକ ସନ୍ତୋଷ ମିଶ୍ରଙ୍କ ୭୮ ବର୍ଷ ବୟସରେ ପରଲୋକ

 

 

 

କଣ୍ଟାମାଳ,୨।୧୧:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ଅନ୍ତର୍ଗତ ଧାନଖଣ୍ଡୀ ଗ୍ରାମର ସନ୍ତୋଷ କୁମାର ମିଶ୍ରଙ୍କ ୭୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ମଙ୍ଗଳବାର ଦିନ ଅପରାହ୍ନ ୪ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।ତାଙ୍କର ମୃତ୍ୟୁ ଶଯ୍ୟା ନିକଟରେ ପୁଅ ,ବୋହୂ, ନାତି ,ନାତୁଣୀ ଓ ବନ୍ଧୂପରିଜନ ଉପସ୍ଥିତ ଥିଲେ ।ସେ ସୁବର୍ଣ୍ଣପୁର ଜିଲ୍ଲା ଗୁହିରାଘାଟ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁଅ ନାରାୟଣ ମିଶ୍ର ମୁଖାଗ୍ନୀ ଦେଇଥିଲେ ।ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତି ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁ ସହ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ ।

Related Articles

Back to top button