ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ


କଳାହାଣ୍ଡି ଜିଲ୍ଲା: କଳାହାଣ୍ଡି ବିକାଶ କ୍ଷେତ୍ରରେ ଯୋଡିହେଲା ଆଉ ଏକ ନୂଆ ଫର୍ଦ୍ଦ । କଳାହାଣ୍ଡିର ପ୍ରତିଷ୍ଠା ଦିବସ ଅବସରରେ ସହିଦ ରେଣ୍ଡୋ ମାଝୀ ମେଡ଼ିକାଲ କଲେଜ ଉଦଘାଟିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଗସ୍ତରେ ଯାଇ

ଏହି ମେଡିକାଲ କଲେଜର ଉଦଘାଟନ କରିଛନ୍ତି । କଳାହାଣ୍ଡିବାସୀଙ୍କ ବହୁ ଦିନର ଆଶା ପୂରଣ ହୋଇଛି । ଏହି ଅବସରରେ କଳାହାଣ୍ଡି ଜିଲ୍ଲାବାସୀଙ୍କୁ ଅନେକ ଉନ୍ନୟନ ପ୍ରକଳ୍ପର ଭେଟି ଦେବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ମେଡିକାଲ କଲେଜ ଉଦଘାଟନ ଅବସରରେ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହୋଇଛନ୍ତି । ଏହି ମେଡିକାଲ କଲେଜରେ ୧୦୦ ସିଟ୍ରେ ନାମଲେଖା ପାଇଁ NMC ଅନୁମତି ଦେଇଛି ।

ମୁଖ୍ୟମନ୍ତ୍ରୀ ହେଲିକାପ୍ଟର ଯୋଗେ ରେଣ୍ଡୋ ମାଝୀ ମେଡିକାଲ କଲେଜ ପରିସରରେ ଓହ୍ଲାଇବା ପରେ ସେଠାରେ ଆୟୋଜିତ ଏକ ସଭାରେ ଯୋଗଦେଇ ନବନିର୍ମିତ ରେଣ୍ଡୋ ମାଝୀ ମେଡିକାଲ କଲେଜର ଉଦଘାଟନ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ । ନବ ନିର୍ମିତ ଅତ୍ୟାଧୁନିକ ଭବାନୀପାଟଣା ବସଷ୍ଟାଣ୍ଡର ଲୋକାର୍ପଣ କରିଥିଲେ । ଏଥିସହ ଲକ୍ଷ୍ମୀ ଯୋଜନାରେ ଲକ୍ଷ୍ମୀ ବସ୍କୁ ପତାକା ଦେଖାଇ ଶୁଭାରମ୍ଭ ମଧ୍ୟ କରିଛନ୍ତି । ଏଠାରେ ଏକ ସଭାରେ କଳାହାଣ୍ଡି ବାସୀଙ୍କୁ ସମ୍ବୋଧନ ଦେଇଛନ୍ତି । ଏହାସହିତ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍ଘାଟନ କରିଛନ୍ତି ।

ଭବାନୀପାଟଣା ରୁ ପ୍ରମୋଦ କୁମାର ସାହୁ ସମର୍ଥ ନିୟୁଜ




