ତିର୍ତ୍ତୋଲ ବିଧାୟକ ଙ୍କ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ


ତିର୍ତ୍ତୋଲ :- ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନେହେରୁ ବଜାର ଗଜଲକ୍ଷ୍ମୀ ପୂଜାମଣ୍ଡପ ୫୪ ତମ ପୂଜା ମହୋତ୍ସବ ପାଳନ କରୁଛି ! ଏହି ଉପଲକ୍ଷେ ଆୟୋଜିତ ସାରସ୍ଵତ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ଅନୁଷ୍ଠାନର ମାର୍ଗ ଦର୍ଶକ ବିଶିଷ୍ଟ ସମାଜସେବୀ ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ସଭାକୁ ସମ୍ପାଦକ ବଟକୃଷ୍ଣ ଦାସ ପରିଚାଳନା କରିଥିଲେ ।ସମ୍ମାନିତ ଅତିଥି ଭାବରେ ଜିଲ୍ଲା ବିଜେଡି ଉପସଭାପତି ବସନ୍ତ କୁମାର ମହାପାତ୍ର , ତିର୍ତ୍ତୋଲ ସରପଞ୍ଚ

ପ୍ରିୟମ୍ବଦା ମହାପାତ୍ର , ଛାତ୍ରନେତା ରବିନାରାୟଣ କର ଓ ସତ୍ୟସାଇ ବିଦ୍ୟା ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଉମାକାନ୍ତ ଦାସ ପ୍ରମୁଖ ଯୋଗଦେଇ ତିର୍ତ୍ତୋଲ ମାଟିର ଗରୀମାମୟ ଐତିହ୍ୟ ସଂସ୍କୃତି ଓ ପରମ୍ପରାର ସ୍ମୃତି ଚାରଣ କରିଥଲେ !କମିଟିର ଉପସଭାପତି ନରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ସଭାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




