ପ୍ରଶାସନ ଅବହେଳା କରିବା ପଛର ରହସ୍ୟ କଣ ହେଇପାରେ ? ସମୟ କହିବ ସତ କଣ ???


ତିର୍ତ୍ତୋଲ :-, ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ ଶାରଳା ମନ୍ଦିର ପରିସର ନବୀକରଣ କାମ କଚ୍ଛପ ଗତିରେ ହେଉଛି କଣ ପାଇଁ ?ଗୋଟିଏ ପରେ ଗୋଟିଏ ଘରପ୍ରାଚୀର, ଧର୍ମଶାଳା, ଓ ମାର୍କେଟ କମ୍ଲେକ୍ସ ଭାଙ୍ଗି ସାରିଥିବା ବେଳେ, କୌଣସି ଗୋଟିଏ ହେଲେ କାମ ଆଜିପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇ ପାରିନାହିଁ କାହିଁକି ? ଏହା ପ୍ରଶାସନର ଅବହେଳା ନା ଠିକାଦାରୀ ଅବହେଳା ?ଯେବେ ଠିକାଦାରୀ ଅବହେଳା ତାହାହେଲେ ପ୍ରଶାସନ ତଦାରଖ କରୁନି କାହିଁକି ??? ଚର୍ଚ୍ଚା ହେଉଛି ଏହି କାର୍ଯ୍ୟ ପ୍ରଶାସନ ଆଉ ଠିକାଦାରୀ ସଂସ୍ଥା ର ବୁଝାମଣାରେ ହେଉଛି !ଯୋଉଁଥିପାଇଁ କେହି କାହାର ମନମୁଖୀ କାର୍ଯ୍ୟକୁ ବିରୋଧ କରୁ

ନାହାନ୍ତି ! ଏହା ଯେବେ ସତ୍ୟ ହୁଏ ତାହାହେଲେ କାର୍ଯ୍ୟ ସମାପ୍ତି ପାଇଁ ଦୀର୍ଘଦିନ ଲାଗିଯିବ !୫ଟି ଅଧ୍ୟକ୍ଷ ଙ୍କ ଅଠରମାସର ପ୍ରତିଶୃତି ପାଣିରେ ଗାର ପରି ପ୍ରହସନରେ ପରିଣତ ହୋଇଯିବ ! ତତସହିତ ମାନସିକ ରଖି ଦୂରଦୂରାନ୍ତରୁ ଆସୁଥିବା ଭକ୍ତ ମାନେ ରହିବା ଓ ବିଶ୍ରାମ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଇଛନ୍ତି ! ଖବର ଅନୁସାରେ ଗତ ସୋମବାର ଦିନ ବିଳମ୍ବିତ ରାତିରେ ଶାରଳାଙ୍କ ମନ୍ଦିରର ଐତିହ୍ୟ ପ୍ରାସାଦ ସିଂହଦ୍ୱାର ସଂଲଗ୍ନ କାର୍ଯ୍ୟାଳୟ ଗୃହକୁ ଠିକାଦାରୀ ସଂସ୍ଥା ତରଫରୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଛି ! ଠିକାଦାରୀ ସଂସ୍ଥା ଭାଙ୍ଗିବା କାର୍ଯ୍ୟକୁ ଯେତିକି ଗୁରୁତ୍ୱ ଦେଉଛି, ଗଢିବା କାର୍ଯ୍ୟକୁ ସେତିକି ଗୁରୁତ୍ୱ ଦେବାର ଦେଖାଯାଉନାହିଁ ! ବିଶେଷକରି ନାଟ୍ୟସଂସ୍ଥା ର ପ୍ରାଧାନ୍ୟ ଥିବା ଜଗତସିଂହପୁର ଜିଲ୍ଲା ସମେତ ରାଜ୍ୟର ବହୁ ଖ୍ୟାତନାମା ଯାତ୍ରାନୁଷ୍ଠାନ ପ୍ରତିବର୍ଷ ଯାତ୍ରାଋତୁ ପ୍ରାରମ୍ଭ ତଥା ଗଣେଶ ପୂଜା ଠାରୁ କଳାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳାପୀଠରେ ସେହି ବର୍ଷର ନୂତନ ନାଟକକୁ ଯେଉଁ ନାଟ୍ୟମଞ୍ଚରେ ସର୍ବପ୍ରଥମେ ପରିବେଷଣ କରି ରାଜ୍ୟ ଓ ପଡୋଶୀ ରାଜ୍ୟ ମାନଙ୍କରେ ଯାତ୍ରା ଶୁଭାରମ୍ଭ କରିଥାନ୍ତି, ସମ୍ପ୍ରତି ନାଟ୍ୟମଞ୍ଚକୁ ମଧ୍ୟ ଭାଙ୍ଗି ଦିଆଯାଇଥିବାରୁ ଯାତ୍ରାଦଳ ଓ ଓ ଅନ୍ୟାନ୍ୟ ସାଂସ୍କୃତିକ ଅନୁଷ୍ଠାନ ମାନେ ମାଆଙ୍କ ଆଶୀର୍ବାଦରୁ ବଞ୍ଚିତ ହେବାର ଆଶଙ୍କା ଦେଖା ଦେଇଛି ! ସବୁଠାରୁ ଅଭାବନୀୟ ଘଟଣା ହେଉଛି ଦୀର୍ଘ ବର୍ଷରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନର ୨୦୦ ଶହରୁ ଉର୍ଦ୍ଧ ଦୋକାନଘର ଭାଙ୍ଗି ଦିଆଯାଇ ସେମାନେଙ୍କ ଜୀବିକାକୁ ବନ୍ଦ କରାଇଥିବା ଯୋଗୁ ବ୍ୟବସାୟୀ ମାନେ ବହୁ ଦୁଃଖ କଷ୍ଟରେ ଜୀବନ ବିତାଉଛନ୍ତି ! ଦୁଃଖର ବିଷୟ ଏହି ଯେ ପୂର୍ବରୁ ନିର୍ମାଣ ସାରିଥିବା ୩୩ ବଖରା ନୂତନ ଦୋକାନଗୃହ ମାର୍କେଟକମ୍ଲେକ୍ସ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଭରଚୁଆଲ ଉଦଘାଟନ ସାରିଥିଲେ ମଧ୍ୟ ବାସ୍ତବକ୍ଷେତରେ ଆଜି ପର୍ଯ୍ୟନ୍ତ ଜୀବନଜୀବିକାକୁ ନେଇ ସଂଘର୍ଷ କରୁଥିବା କୌଣସି ବିସ୍ଥାପିତଙ୍କୁ ସେଠାରେ ଥଇଥାନ କରାଯାଇ ନାହିଁ ! ଚର୍ଚ୍ଚା ହେଉଛି ଏସବୁର ସମାଧାନ କେବେ ?? ଏତେ ଗୁଡିଏ ସମସ୍ୟାକୁ ପ୍ରଶାସନ ଅବହେଳା କରିବା ପଛର ରହସ୍ୟ କଣ ହେଇପାରେ ?
ସମୟ କହିବ ସତ କଣ ???

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




