ଆଜି ପଲସାଗୋରା ଆସୁଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ


କଣ୍ଟାମାଳ, ୧/୧୧:(ପ୍ରଭାତ କୁମାର ସାହୁ,ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା,ରାଜ୍ୟ ଉପସଭାପତି ତଥା ଭୁବନେଶ୍ୱର ଲୋକସଭା ସାଂସଦ ମାନନୀୟା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଆଜି ବୁଧବାର କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ପଲସାଗୋରା ଗଜଲକ୍ଷ୍ମୀପୂଜା ଉପଲକ୍ଷେ ଆୟୋଜିତ ମୁରାସୁର ଦରବାରକୁ ରାଜକୀୟ ଅତିଥିଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସାଂସଦ ଅପରାଜିତାଙ୍କ ଏହି ଗସ୍ତକୁ ନେଇ ଜିଲ୍ଲା ଓ ବ୍ଲକ ବିଜେପି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି l ସମସ୍ତ ବିଜେପି କର୍ମୀ ଓ ନେତା କର୍ମତତ୍ପର ହେବା ସହ ସମଗ୍ର ଅଂଚଳ ଚଳଚଞ୍ଚଳ ହୋଇଉଠିଛି l ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ପଳାସଗୋରl ଠାରେ ସଂଧ୍ୟା ୭ଘଣ୍ଟା ସମୟରେ ପହଞ୍ଚି ଠାରେ ଆୟୋଜିତ ଏକ ଦଳୀୟ ସଭାରେ ଯୋଗଦେବl ସହ ଦଳୀୟ କର୍ମକର୍ତ୍ତା ଓ ପଦାଧିକାରୀ ମାନଙ୍କ ସହ ଆଲୋଚନା କରିବେ l ପରେ ପଲସlଗୋରl ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଏକ ଶୋଭାଯାତ୍ରାରେ ଆସି ମକର ପଡିଆ ଠାରେ ଗଜଲକ୍ଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ମହିଷାସୁର ଦରବାର ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜନସାଧାରଣଙ୍କୁ ସଂଧ୍ୟା ୮.୩୦ ଘଣ୍ଟା ପର୍ଯ୍ୟନ୍ତ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହଛି ବୋଲି କଣ୍ଟାମାଳ ବ୍ଲକ ବିଜେପି ସୂତ୍ରରୁ ପ୍ରକାଶ l ଅନ୍ୟ ପ୍ରକାରେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ପରିବର୍ତ୍ତନ ହୋଇଥିବା ନେଇ ରାଜ୍ୟ ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ରଙ୍କଠାରୁ କାର୍ଯ୍ୟସ୍ଵତୀର ସୂଚନା ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଯୋଗଦେବାକୁ କଣ୍ଟାମାଳ ବ୍ଲକ ବିଜେପି କାର୍ଯ୍ୟକର୍ତ୍ତା ଅନୁରୋଧ କରିଛନ୍ତି l
କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




