ଆମ୍ବଗାଁରେ ପୋଷଣ ମାସ ପାଳିତ


କଣ୍ଟାମାଳ,୩୧।୧୦ (ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଆମ୍ବଗାଁ ଗ୍ରାମ ପଞ୍ଚାୟତ ପରିସରରେ ଅଙ୍ଗନୱ୍ଵାଡି କର୍ମୀଙ୍କ ଦ୍ଵାରା ପୋଷଣ ମାସ ପାଳିତ ହୋଇ ଯାଇଛି । ଆମ୍ବଗାଁ ସେକ୍ଟର ଓ ଖୁଣ୍ଟିଗୋରା ସେକ୍ଟରର ଅଙ୍ଗନୱାଡି ପକ୍ଷରୁ ଏହି ପୋଷଣ ମାସ ପାଳିତ ହୋଇଥିଲା । କଣ୍ଟାମାଳ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଜ୍ୟୋତ୍ସ୍ନାରାଣୀ ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବି ନାରାୟଣ ତ୍ରୀପାଠୀ, କଣ୍ଟାମାଳ ତହସିଲଦାର ଶ୍ୱେତପଦ୍ମା ଯୋଶୀ,କଣ୍ଟାମାଳ ବିଡ଼ିଓ ଶାମୀ ଜୟଶ୍ରୀ ରେଡ୍ଡୀ ଙ୍କ ସମେତ ୧ନଂ ଜୋନର ଜିଲ୍ଲା

ପରିଷଦ ସଦସ୍ୟା ଶ୍ରୀମତୀ ସୁମିତ୍ରା ସାହୁ, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପ୍ରତୀମାରଣା, ସ୍ଥାନୀୟ ସାମ୍ବାଦିକ ପ୍ରଭାତ କୁମାର ସାହୁ ଓବିଭିନ୍ନ ସେକ୍ଟର ରୁ ଆସିଥିବା ସୁପର୍ ଭାଇଜର ଓ ଅଙ୍ଗନୱାଡି କର୍ମୀମାନେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ୧୦୦୦ ଦିନର ଶିଶୁ ଓ ମାଆଙ୍କ ଉଦ୍ଦିଷ୍ଟ ପୋଷଣ ଖାଦ୍ୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏବଂ ଖାସ କରି ମାଣ୍ଡିଆ ଦ୍ଵାରା ପ୍ରାୟ ୨୦ପ୍ରକାର ଖାଦ୍ୟ ଯଥା : ଖିରି, ପୁରୀ, ଚକୁଳି,ମାଲପୁଆ, ଆରିସା,କାକରା, ବରା,ପକୁଡ଼ି, ଉପମା,, ସୋପ ଆଦି ଖାଦ୍ୟର ସ୍ଵାଦ ପରଖିବା ସହିତ ଖାଦ୍ୟର ମାନକୁ ନେଇ ଖୁସିବ୍ୟକ୍ତ କରିଥିଲେ । ସେହିଭଳି ଆମ୍ବଗାଁ ଅଙ୍ଗନୱାଡି କେନ୍ଦ୍ରର ଶିଶୁ ମାନଙ୍କୁ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




