ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ଓ ଓଡ଼ିଶା ମିଳେଟ୍ସ ପ୍ରତିଯୋଗିତା -୨୦୨୩

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି ଓ ଓଡ଼ିଶା ମିଳେଟ୍ସ ପ୍ରତିଯୋଗିତା -୨୦୨୩
ସୁରଭି ହିଁ ଶିଶୁମାନଙ୍କୁ ଦକ୍ଷତା ଓ ସୃଜନଶୀଳତାର ବିକାଶ କରାଇଥାଏ :ବିଧାୟକ-ମହିଧର ରଣା ।

କଣ୍ଟାମାଳ, ତା ୩୧/୧୦(ପ୍ରଭାତ କୁମାର ସାହୁ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କ )ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ମିଲେଟ୍ସ ପ୍ରତିଯୋଗିତା -୨୦୨୩ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିଯୋଗିତା ଶେଷରେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନୋଜ କୁମାର ସେଠୀଙ୍କ ସଭାପତିତ୍ୱରେ

ଅନୁଷ୍ଠିତ ସଭାରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ତଥା ଜିଲ୍ଲାଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣଶିକ୍ଷା ବିଭାଗର ସମୋଚିତ ପଦକ୍ଷେପ ଯୋଗୁଁ ଛାତ୍ରଛାତ୍ରୀମାନେ ଉତ୍ତମ ଶିକ୍ଷା ସଙ୍ଗେ ସଙ୍ଗେ ସୁରଭି ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଥିବା ଦକ୍ଷତା ଓ ସୃଜନଶୀଳତାର ବିକାଶ କରିବା ଉଚିତ ବୋଲି କହିଥିଲେ l ସୋନପୁର ମହାବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର କ୍ଷେତି ମୁଖ୍ୟବକ୍ତା ଏବଂ ସମ୍ମାନୀତ ଅତିଥିଭାବେ ବିଆରସି କଣ୍ଟାମାଳ ଦୁର୍ଗା ଚରଣ ପ୍ରଧାନ, ଏବିଇଓ ତ୍ରିନାଥ ପାଣି, ପ୍ରଶାନ୍ତ ରଣା, ଜିଲ୍ଲା ମିଳିତ ଶିକ୍ଷକ ସଂଘର ସଭାପତି ଶିଶିର ଖଟୁଆ ପ୍ରମୁଖ ଯୋଗଦେଇଥିଲେ l ସୁରଭି କାର୍ଯ୍ୟକ୍ରମ ହେଉଛି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରହିଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା, ସଙ୍ଗୀତ, ନୃତ୍ୟ, ସାଧାରଣ ଜ୍ଞାନ, ବକୃତା, ଚିତ୍ରାଙ୍କନ, ଶୃତଲିଖନ, ଗ୍ରୁପ ଡ୍ୟାନ୍ସ, ସହ ଅନ୍ୟାନ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ ଦେଇ ସେମାନଙ୍କ ମଧ୍ୟରେ ରହିଥିବା ପ୍ରତିଭାକୁ ଆଗକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଅତିଥିମାନେ କହିଥିଲେ l ଏହି ପ୍ରତିଯୋଗିତାରେ କଣ୍ଟାମାଳ ବ୍ଲକ ଶିକ୍ଷାସର୍କଲର ୨୨ଟି କ୍ଲଷ୍ଟର ର ୪ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏବଂ ପ୍ରାୟ ୫୦ରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ l କାର୍ଯ୍ୟକ୍ରମରେ ବକୃତା, ଚିତ୍ରାଙ୍କନ, କୁଇଜ, ଲିଖନ, ନାଚ, ଗୀତ, ଚିତ୍ରକଳା ଏବଂ ଶିଳ୍ପକଳା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ କୃତି ଛାତ୍ରଛାତ୍ରୀମାନଙ୍କୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯାଇଛି l ସମସ୍ତ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ରଣା ଓ ଅତିଥିମାନେ ପୁରସ୍କୁତ କରିଥିଲେ ଏବଂ ପଦୋନ୍ନତି ପାଇଥିବା ଲେବେଲ୍-୧ ପ୍ରଧାନଶିକ୍ଷକମାନଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ




