ବର୍ତ୍ତମାନ କଂଗ୍ରେସ ଦଳର ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦର ସଭାପତି ଧୀମାନ୍ ବଟକୃଷ୍ଣ ପ୍ରଧାନ (ହରଭଙ୍ଗା) ଙ୍କର ଧର୍ମ ପତ୍ନୀ ଧୀମତୀ ସବିତା ପ୍ରଧାନଙ୍କର ଆଜି ସକାଳେ ଭୁବନେଶ୍ବର KIIMS ରେ ଚିକିତ୍ସାଧିନ ଅଵସ୍ଥାରେ ପରଲୋକ ହୋଇ ଯାଇଛି।


ବର୍ତ୍ତମାନ କଂଗ୍ରେସ ଦଳର ବୌଦ୍ଧ ଜିଲ୍ଲା ଅନୁସୂଚିତ ଜାତି ସେଲର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ବୌଦ୍ଧ ଜିଲ୍ଲା ପାଣ-ଗଣ୍ତା ସମାଜ ବିକାଶ ପରିଷଦର ସଭାପତି ଧୀମାନ୍ ବଟକୃଷ୍ଣ ପ୍ରଧାନ (ହରଭଙ୍ଗା) ଙ୍କର ଧର୍ମ ପତ୍ନୀ ଧୀମତୀ ସବିତା ପ୍ରଧାନଙ୍କର ଆଜି ସକାଳେ ଭୁବନେଶ୍ବର KIIMS ରେ ଚିକିତ୍ସାଧିନ ଅଵସ୍ଥାରେ ପରଲୋକ ହୋଇ ଯାଇଛି। ତାଙ୍କ ମୃତ୍ଯୁ ସଜ୍ୟା ନିକଟରେ ସ୍ବାମୀ ବଟ କୃଷ୍ଣ ପ୍ରଧାନ, ପୁଅ ଶୁଭଶଂଙ୍କର ପ୍ରଧାନ ଓ ଝିଅ ଶୁଭସ୍ମିତା ପ୍ରଧାନ ଉପସ୍ଥିତ ଥିଲେ। ଆଜି ଅପରାହ୍ଣରେ ନିଜ ଗ୍ରାମ ହରଭଙ୍ଗାଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ଏବଂ ପୁଅ ଶୁଭଶଂଙ୍କର ପ୍ରଧାନ ମୁଖାଗ୍ନି ଦେବା ପାଇଁ ସ୍ଥିର କରାଯାଇଛି। ସେ ଜଣେ ପରୋପକାରୀ, ସ୍ନେହ ବତ୍ସଳ ନାରୀ ଥିଲେ। ତାଙ୍କ ମୃତ୍ଯୁ ଖବର ପାଇ ହରଭଙ୍ଗା, ଫୁଳବାଣୀ, ବୌଦ୍ଧ ଜିଲ୍ଲା କଂଗ୍ରେସ ଏବଂ ରାଷ୍ଟ୍ରୀୟ ସମାନତା ଅଧିକାର ପରିଷଦ ବୌଦ୍ଧ ଓଡିଶା ମହଲରେ ଶୋକର ଛାୟା ଖେଳି ଯାଇଛି। RSAP ବୌଦ୍ଧ ଓଡିଶାର କର୍ମକର୍ତ୍ତାଗଣ ତାଙ୍କ ପରିବାରଙ୍କୁ ଅସିମ ଧର୍ଯ୍ୟ ଓ ସାହାସ ପ୍ରଦାନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।
ବୌଦ୍ଧ ରୁ ବ୍ୟୁରୋ ରିପୋର୍ଟ ସମର୍ଥ ନିଉଜ




