ଷଣ୍ଢl ଗ୍ରାମ ମୁଖ୍ୟ ରାସ୍ତାରେ ଭୟଙ୍କର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ପରିବାର l


-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଷଣ୍ଢା ମୁଖ୍ୟ ରାସ୍ତାର ବନ୍ଧ (ପୋଖରୀ )ପାଖରେ ଏକ ଭୟଙ୍କର ଦୁର୍ଘଟଣା ଘଟି ଯାଇଛି l ସୂଚନା ଅନୁସାରେ ବୀରମହାରାଜପୁର ପଟରୁ ଏକ କାର ଗାଡ଼ିରେ ଗୋଟିଏ ପରିବାର ପାଞ୍ଚ ଜଣ ବସି ସୁବଳୟା ପଟକୁ ଆସୁଥିବା ସମୟରେ ସେହି ପଟରୁ ଏକ ସାଇକେଲ ଆରୋହୀ ଷଣ୍ଢା ବନ୍ଧ ପାଖରେ ହଠାତ ଷଣ୍ଢା ଗ୍ରାମ ଆଡକୁ ବୁଲି ଯିବାରୁ ସାଇକେଲ ଆରୋହୀ କୁ ବଞ୍ଚାଇବା କୁ ଯାଇ କାର ଟି ଭରସାମ୍ୟ ହରାଇ ପୋଖରୀ ଭିତରକୁ ପଶି ଯାଇଥିଲା l ସେହି ସମୟରେ ସୁବଳୟା ପଟରୁ ଦୁଇ ଜଣ ସାମ୍ବାଦିକ ସୋନପୁର ରେ ହେବାକୁ ଥିବା ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ରେ ଯୋଗଦେବା ପାଇଁ ଯାଉଥିଲେ l ସେମାନେ ଉପସ୍ଥିତ ବୁଦ୍ଧି ଖଟାଇ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କୁ ଯଥା ବଡ଼ଖମାର ଗ୍ରାମର ପ୍ରଜ୍ଞ୍ୟା ପ୍ରକାଶ ପଣ୍ଡା, ପ୍ରହଲ୍ଲାଦ ହାତୀ ମୁର୍ଷୁଣ୍ଢୀ ର ଜଣେ ସମାଜସେବୀ ପ୍ରମୁଖ ଦେବଦୂତ ଭାବରେ ଆପ୍ରାଣ ଉଦ୍ୟମ କରି କାର ପାଣିରେ ଓଲଟି ପଡି ଥିବା କାର ରୁ କାଚ ଭାଙ୍ଗି ସମସ୍ତଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ l ଉଦ୍ଧାର କଲା ପରେ ଏକ ଅଟୋ ରେ ସମସ୍ତ ପରିବାରର ପାଞ୍ଚ ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା l

ସୁବର୍ଣ୍ଣପୁର ଜିଲ୍ଲାପ୍ରତିନିଧି ରଞ୍ଜନ କୁମାର ତା ଣ୍ଡିଆ ଙ୍କ ରିପୋର୍ଟ ସମର୍ଥ ନିୟୁଜ l




