ଧର୍ମପରାୟଣ ମହିଳା ମିନାକ୍ଷୀ ପାତ୍ର ଆଉ ନାହାନ୍ତି ! ପାଞ୍ଚଭୁତରେ ବିଲୀନ !

ତିର୍ତ୍ତୋଲ ::-” କେହି ରହିନାହିଁ ରହିବେ ନାହିଁ ଏ ଭବରଙ୍ଗ ଭୂମିପରେ, ସର୍ବେ ନିଜନିଜ ଅଭିନୟ ସାରି ବାହୁଡ଼ିବେ କାଳ ବଳେ “”!! ମଣିଷ କିନ୍ତୁ ଜାଣି ପାରେନି ତାର ସହକଳାକାର କେତେବେଳେ ଜୀବନ ନାଟକର ଶେଷ ଅଧ୍ୟାୟରେ ଅଭିନୟ କରୁଛି !ବ୍ୟକ୍ତିର ବ୍ୟକ୍ତିତ୍ୱ ଏମିତି ଭାବେ ପରିବାର ମଧ୍ୟରେ ପ୍ରଭାବ ବିସ୍ତାର କରିଥାଏ ଯେ ମୃତ୍ୟୁ କୋଳକୁ ଯିବାର ସମୟଟା ଅତି ନିକଟରେ ଥିଲେ ବି କାହାରିକୁ ଜାଣି ହୁଏନି ! ଏମିତି ଏକ ଅସମୟରେ ଶୋକ ସାଗରରେ ଭସାଇଦେଇ ସମସ୍ତଙ୍କୁ ପରକରି, ଆରପାରିକୁ ଚାଲିଗଲେ ମିନାକ୍ଷୀ ପାତ୍ର ? ଧରାବତରଣ ହୋଇଥିଲେ ୧୫/୦୨/୧୯୫୭ ମସିହାରେ ସ୍ଵର୍ଗାରୋହଣ କଲେ ୨୯/୧୦/୨୦୨୩ ମସିହାରେ ! ପ୍ରିୟଜନଙ୍କୁ ଆଚମ୍ବିତ କରି ଲୀନ ହେଇଗଲେ ପଞ୍ଚଭୁତରେ ! ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ଗୋରେଖନାଥ ପୀଠ ନିକଟସ୍ଥ ଗାନାଇଲୋ ଗ୍ରାମ ନିବାସୀ ହୋଇଥିଲେ ମଧ୍ୟ,କଟକ ମଙ୍ଗଳାବାଗ ସ୍ଥିତ ନିୟୁଲାଇଫ ଏକ୍ସରେ ର ପ୍ରତିଷ୍ଠାତା ତଥା ବିଶିଷ୍ଟ ସମାଜସେବୀ ଖିତିସ ଚନ୍ଦ୍ର ପାତ୍ର ଙ୍କର ସେ ଥିଲେ ସହଧର୍ମିଣୀ ! ଚିକିତ୍ସାଧିନ ଅବସ୍ଥାରେ ୭୪ ବର୍ଷ ବୟସରେ ପରଲୋକ ଗତ ହୋଇଗଲେ । ତାଙ୍କର ମୃତ୍ୟୁ ଖବର ଜାଣିବା ପରେ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଗତ ସୋମବାର ଦିନ ପୁରୀ ଶ୍ରୀକ୍ଷେତ୍ର ସ୍ଵର୍ଗଦ୍ଵାର ଠାରେ ତାଙ୍କର ଅନ୍ତେଷ୍ଟ୍ କ୍ରିୟାରେ ବଡପୁଅ ଗିରିଜା ଶଙ୍କର ମୁଖାଗ୍ନୀ ଦେଇଥିଲେ । ଜଣେ ଆଦର୍ଶ ଗୃହିଣୀ ଓ ଧର୍ମପ୍ରାଣା ମହିୟସୀ କୂଳବଧୂ ଭାବରେ ମିନାକ୍ଷୀ ଦେବୀ ସମସ୍ତଙ୍କର ପ୍ରିୟପାତ୍ର ଥିଲେ । ତାଙ୍କର ଶବ ଶୋଭାଯାତ୍ରା ରେ ଡଃ ବିଶ୍ୱଜିତ୍ ରାଉତ , ରଶ୍ମୀ ପଶାୟତ , ଚିନ୍ମୟୀ ରାଉତ , ରଶ୍ମୀମୟୀ ପଶାୟତ, ଓମ୍ ପ୍ରକାଶ ପାତ୍ର , ଅଂଶୁମାନ ପାତ୍ର , ସମାଜ ସେବୀ ଅକ୍ଷୟ ମିଶ୍ର , ସ୍ବପ୍ନସରିତ୍ ପରିଡ଼ା , ଡଃ ନିମାଇଁ ଚରଣ ପରିଜା , ଡଃ ନିରୋଦ ଗୋଚ୍ଛାୟତ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି , ପ୍ରଶାସନିକ ଅଧିକାରୀ ଓ ବିଭିନ୍ନ ସାମାଜିକ ସଙ୍ଗଠନର କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଥିବାର ଦେଖିବାକୁ ମିଳିଥିଲା!
ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ସମର୍ଥ ନ୍ୟୁଜ !




