କଳପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କର୍କଟ ସଚେତନତା ଶିବିର ଆୟୋଜିତ

କଳପଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ କର୍କଟ ସଚେତନତା ଶିବିର ଆୟୋଜିତ

କଟକ –: କର୍କଟ ରୋଗଜନିତ ସ୍ୱାସ୍ଥ୍ୟ ସଚେତନତା ପାଇଁ ରାଜ୍ୟସାରା ପ୍ରୟାସ କରାଯାଉଥିବା ବେଳେ,କଟକ ଜିଲ୍ଲା ୪୨ମୌଜା ଅନ୍ତର୍ଗତ କଳପଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଛି କର୍କଟ ରୋଗ ସଚେତନତା ଶିବିର। ବର୍ତମାନର ସ୍ଥିତି ଅନୁଧ୍ୟାନ କଲେ ୨୦ ରୁ ୨୫ ବର୍ଷ ଯୁବକ ମାନଙ୍କ ମଧ୍ୟରେ ଅଧିକ କର୍କଟ ରୋଗ ଦେଖାଦେଉଛି।” ଗ୍ଲୋବାଲ ବର୍ତନ୍ ଅଫ ତିନିକ୍ ଷ୍ଟଡ଼ି” ଅନୁଯାୟୀ ମହିଳା ମାନଙ୍କ ମଧ୍ୟରେ ଅଧିକାଂଶ ରେ ସ୍ତନ କର୍କଟ ରୋଗ ଦେଖାଦେଉଛି ! ମୁଖ୍ୟ କାରଣ ହେଉଛି ଠିକ୍ ସମୟରେ ଖାଦ୍ୟ ଗ୍ରହଣ ନ କରିବା ଏବଂ ଉପଯୁକ୍ତ ଶାରୀରିକ ପରିଶ୍ରମ ନ କରିବା। ଅଧ୍ୟୟନ

ଅନୁଯାୟୀ ମହିଳାଙ୍କ ଠାରେ ଜରାୟୁ, ଗ୍ରିବା, ଗର୍ଭାଶୟ କର୍କଟ, ମୁଖ ଗହ୍ଵର କର୍କଟ ଆଦି ଦେଖିବାକୁ ମିଳୁଥିବା ବେଳେ ପୁରୁଷଙ୍କ ଶରୀରରେ କୋଲାନ କର୍କଟ, ମୁଖ ଗହ୍ଵର କର୍କଟ ଇତ୍ୟାଦି ଦେଖିବାକୁ ମିଳୁଛି। ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ପରିଡ଼ା ଯୋଗଦେଇଥିବା ବେଳେ ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ଯୋଗଦେଇ କର୍କଟ ରୋଗକୁ ଭୟ ନ କରିବା ପାଇଁ କହିଥିଲେ। ଅନ୍ୟତମ ଅତିଥି ଭାବେ

୪୨ମୌଜା ଥାନା ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା ଯୋଗଦେଇ କର୍କଟ ରୋଗର ମୂଖ୍ୟ କାରଣ ସାଜିଥିବା ତମାଖୁ ବର୍ଜନ ପାଇଁ ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାମ୍ବାଦିକ ଅନିଲ ଦାସ , ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧାକର ଜେନା, ବିଦ୍ୟାଳୟ ପରିଚାଳକ ଜ୍ୟୋତି ରଂଜନ ଭୋଳ ପ୍ରମୁଖ ଯୋଗଦେଇଥିଲେ। ପରିଶେଷରେ କଟକ ଜିଲ୍ଲା ବିଜେଡି ସମ୍ପାଦକ ଚିତ ରଞ୍ଜନ ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ସମର୍ଥ ନ୍ୟୁଜ ଓଡିଶା !




