Country

ଖୋଲା ଆକାଶ ତଳେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଗୋଷ୍ଠୀ କେନ୍ଦ୍ର ଲୋକାର୍ପଣ କରାଗଲା

ଖୋଲା ଆକାଶ ତଳେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ପାଇଁ ଗୋଷ୍ଠୀ କେନ୍ଦ୍ର ଲୋକାର୍ପଣ କରାଗଲା

ବଡ଼ଚଣା ବ୍ଲକ ଛତିଆ ଗ୍ରା ପ ଦଳେଇ ସାହି ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ 2009ମସିହା ଠାରୁ 14ବର୍ଷ ଧରି ଖୋଲା ଆକାଶ ତଳେ ଗଛ ମୂଳରେ ବିଦ୍ୟା ଅଧୟନ କରି ଆସୁଛନ୍ତି, ସରକାର ଲୋକ ମାନଙ୍କ ର ଶିକ୍ଷା ସ୍ୱାସ୍ଥ୍ୟ ଓ ଗମନା ଗମନ ପାଇଁ ବିଭିର୍ନ ଲୋକଭିମୁଖୀ ପଦକ୍ଷେପ ମାନ ନେଉଛନ୍ତି, ଆଜିର ଶିଶୁ କାଲିର ବବିଷ୍ୟତ, କୋମଳମତି ପିଲାଙ୍କ ବବିଷ୍ୟତ ଅନ୍ଧକାର ଭିତରକୁ ଠେଲି

ହୋଇ ଯାଉଥିବା ବେଳେ ବର୍ଷା ଦିନେ ଟିକେ ବର୍ଷା ହେଲେ ଛାତ୍ର ଛାତ୍ରୀ ମନେ ଘର କୁ ଦ୍ୟୋଡ଼ି ପଳାଉଥିଲେ ପ୍ରଚଣ୍ଡ ଖରାରେ ଗଛ ମୂଳ ରେ ଯାଇ ବସିପଡୁଥିଲେ, ଏସବୁ ସମସ୍ୟା ସମ୍ପର୍କ ରେ ସ୍ଥାନୀୟ ସରପଞ୍ଚ ରମେଶ ପୃଷ୍ଟି ନିକଟସ୍ଥ ଡାଲମିଆ ସିମେଣ୍ଟ ୱାର୍କ ଭାରତ ଲିମିଟେଡ଼ ସହ ଆଲୋଚନା କରି ଥିଲେ, କମ୍ପାନୀ କର୍ତ୍ତୃ ପକ୍ଷ ଉକ୍ତ ସାହିର ସରକାରୀ ଜମି ଉପରେ ଏକ କମ୍ୟୁନିଟି ସେଣ୍ଟର ନିର୍ମଣ କରିଥିଲେ, ଆଜି ତାହାର ଶୁଭ ଉଦଘାଟନ ଉଚ୍ଛବ ଅନୁଷ୍ଠିତ ହୋଇ ଯାଇଛି, ଛାତ୍ର ଛାତ୍ରୀ ଙ୍କ ପାଠ ପଢା ନିମନ୍ତେ ଏହାକୁ ଲୋକାର୍ପଣ କରାଯାଇଅଛି, ଆସନ୍ତା ନଭେମ୍ବର 14ତାରିଖ ପବିତ୍ର ଶିଶୁ ଦିବସ ରେ ବଡ଼ଚଣା BEO ଙ୍କ ଅନୁମୋଦନ କ୍ରମେ ପିଲା ମାନଙ୍କ ପାଠ ପଢା ଏହି ଗୃହ ରେ ଆରମ୍ଭ ହେବ ବୋଲି ସରପଞ୍ଚ ଶ୍ରୀଯୁକ୍ତ ପୃଷ୍ଟି ସୂଚନା ଦେଇଛନ୍ତି, ଆଜିର ମୁଖ୍ୟ ଅତିଥି ଡାଲମିଆ ସିମେଣ୍ଟ ୟୁନିଟ ହେଡ଼ ଭବେଶ ୱାଲା ଙ୍କକର କମଳ ରେ

ଉଦଘାଟିତ ହୋଇଛି, ସମ୍ମନୀତ ଅତିଥି ଭାବରେ HR ଲିଡ଼ ଅଜିତ କୁମାର ପାୟରା csr ହେଡ଼ କବିତା ସାହୁ HR ଲିଡ଼ ପରମ ଜିତ ସିଂହ ଚହ୍ୱାନ ଯୋଗ ଦେଇ ଥିଲେ, ସରପଞ୍ଚ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ସମିତି ସଭ୍ୟ ଦୀପକ ସାହୁ ଅତିଥି ପରିଚୟ ପ୍ରଦାନ କରି ଥିଲେ, ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଅମ୍ବିକା ରାଉତ ଧନ୍ୟବାଦ ଅର୍ପଣ କରି ଥିଲେ, ସହକାରୀ ଶିକ୍ଷକ ଅଶ୍ୱନୀକୁମାର ରଣା ସମାଜ ସେବୀ ରମେଶ ଦଳେଇ ତଥା ଗ୍ରାମ ବାସି ଉକ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରି ଥିଲେ ।

ବଡ଼ଚଣା ରୁ କାର୍ତ୍ତିକ ଚନ୍ଦ୍ର ରାଉତ ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button