Country

ବିନିକା ବ୍ଲକ ର ୪୫୧ ଜଣ ନିର୍ମାଣ ଶ୍ରମିକଙ୍କୁ ୨,୬୩,୬୩,୪୦୦ ଟଙ୍କା ସହାୟତା ରାଶି ବଣ୍ଟନ l

ବିନିକା ବ୍ଲକ ର ୪୫୧ ଜଣ ନିର୍ମାଣ ଶ୍ରମିକଙ୍କୁ ୨,୬୩,୬୩,୪୦୦ ଟଙ୍କା ସହାୟତା ରାଶି ବଣ୍ଟନ l

ସୁବର୍ଣ୍ଣପୁର,୩୦/୧୦ (ସମର୍ଥ ନ୍ୟୁଜ୍) ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକରେ ଆଜି ଆର ଏମ ସି ମାର୍କେଟ ୟାର୍ଡ଼ ଠାରେ ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ବିଭାଗ ତରଫରୁ ବ୍ଲକ ସ୍ତରୀୟ ନିର୍ମାଣ ଶ୍ରମିକ ଙ୍କୁ ଆର୍ଥିକ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଶ୍ରମ ଆଯୁକ୍ତ ତଥା ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଡିଲେଶ୍ୱର ଖାଖା ଙ୍କ ସଭାପତିତ୍ୱ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବୀରମହାରାଜପୁର ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ, ଦୀପ୍ତିରେଖା ନନ୍ଦ, ଅଧ୍ୟକ୍ଷା, ବିନିକା ପଞ୍ଚାୟତ ସମିତି, ସୁବାସ ଭୋଇ, ଅଧ୍ୟକ୍ଷ ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ, ପ୍ରମୁଖ ଯୋଗଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କରିବା ସହିତ ଶ୍ରମିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ଓ ଦେଶର ନିର୍ମାଣ ରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ l

ସଭାରେ ମୁଖ୍ୟଅତିଥି ବିଧାୟକ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ନିଜ ଅଭିଭାଷଣ ରେ କହିଥିଲେ ସେ ବି ଆଗରୁ ନିର୍ମାଣ ଶ୍ରମିକ ଭାବରେ କାମ କରିଛନ୍ତି ଓ ସେମାନଙ୍କ ବିଷୟ ରେ ମୁଁ ପୂର୍ବରୁ ଭଲ ଭାବରେ ଅବଗତ l ଏଣୁ ସମସ୍ତେ ନିଜ ନିଜ ନାମ ପଞ୍ଜିକରଣ କରାଇ ସରକାରଙ୍କ ସବୁ ଯୋଜନା ର ଲାଭ ନେବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ l ଏହି ସଭା ଶେଷରେ ନିର୍ମାଣ ଶ୍ରମିକ ମାନଙ୍କ ମଧ୍ୟରୁ 17 ଜଣ ଙ୍କୁ ଡେମୋ ଚେକ ପ୍ରଦାନ କରାଯାଇଥିଲା ଓ ବାକି ଅନ୍ୟ ହିତାଧିକାରୀ ମାନଙ୍କ ଆକାଉଣ୍ଟକୁ ସହାୟତା ରାଶି ଜମା କରାଯିବ ବୋଲି ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଡିଲେଶ୍ୱର ଖାଖା ସୂଚନା ଦେଇଥିଲେ l ଏହି ସଭାକୁ ପରିଚାଳନା କରିଥିଲେ ବାଙ୍କ ବିହାରୀ ମହଲା ଓ ସେଥିରେ ତାଙ୍କୁ ସହଯୋଗ କରିଥିଲେ କୁମାରୀ ପ୍ରିୟଦର୍ଶିନୀ ପଧାନ, ନାରାୟଣ ବିଶି l ଶେଷରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଡିଳେଶ୍ଵର ଖାଖା ସମସ୍ତ ଙ୍କ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ l

ବିନିକାରୁ ପରକ୍ଷିତ ବାଘଙ୍କ ରିପୋର୍ଟ (ସମର୍ଥ ନ୍ୟୁଜ୍)

Related Articles

Back to top button