Country

ଭଷାଣୀ ଶୋଭାଯାତ୍ରାରେ ମାଁ ଗଜଲକ୍ଷ୍ମୀ,ଘଣ୍ଟାପଡ଼ାବାସୀ ଭାବବିହ୍ୱଳର ସହ ବିଦାୟ ଦେଲେ ।

 

କଣ୍ଟାମାଳ, ତା ୩୦/୧୦:(ପ୍ରଭାତ କୁମାର ସାହୁ) ମାଁ ଗଜଲକ୍ଷ୍ମୀଙ୍କୁ ଭାବବିହ୍ଵଳର ବିଦାୟ ଦେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଅଧିନ ଘଣ୍ଟାପଡ଼ାବାସୀ । ଗତ କୁମାର ଉତ୍ସବ ଦିନଠାରୁ ୩ ଦିନ ଧରି ପୂଜା ପାଉଥିବା ମାଁ ଗଜଲକ୍ଷ୍ମୀଙ୍କ ଗାଁ ସମ୍ପୁର୍ଣ୍ଣ ଉତ୍ସବ ମୁଖର ପାଲଟିଥିଲା। ପ୍ରତିଦିନ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟମାନ ଅନୁଷ୍ଠିତ ହେଉଥିଲା। ଯାହା ଫଳରେ ଗାଁ ଦାଣ୍ଡ ଜନ ଗହଳିରେ ବୁଲୁକୁଥିଲା। ସମସ୍ତଙ୍କ ଘରେ କୁଣିଆ । ଅନ୍ତିମ ସଂଧ୍ୟାରେ ସଂକୀର୍ତ୍ତନ ବୈଠକି, ଯାହାକି ସଂଧ୍ୟାରୁ ବ୍ରାହ୍ମମୁହୂର୍ତ୍ତ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଜମି ରହିଥିଲା। ଶେଷରେ ସୋମବାର ସଂଧ୍ୟାରେ ମାଁଙ୍କ ଭଷାଣୀ ସମୟରେ ଭକ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା।

 

ଯେପରିକି ପରିବାରରୁ ଜଣକୁ ହରାଇବା ସଦୃଶ୍ୟ । ଉପାସକ କିନ୍ତୁ ନୃତ୍ୟଗୀତରେ ମାଁଙ୍କୁ ବିଭିନ୍ନ ଜୟ ଜୟକାର ଦେଇ ବିଦାୟ ଦେଇଥିଲେ। ଉକ୍ତ ପୂଜାନୋତ୍ସବ ଶ୍ରୀ ରଘୁନାଥ ନାଟ୍ୟସଂସଦ ଓ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା। ପୂଜକ ଭାବେ ପଣ୍ଡିତ ଜିତେନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟଗୁଳାଇଥିବା ସ୍ଥଳେ କର୍ତ୍ତୀକର୍ତ୍ତା କାର୍ଯ୍ୟ ଶ୍ରୀମତୀ ଧରିତ୍ରୀ ପୋଢ ଓ ରମେଶ ପୋଢ଼ ତୁଳାଇଥିଲେ ଏବଂ ଗ୍ରାମ୍ୟ କମିଟୀ ଉପଦେଷ୍ଠା ସୁଶାନ୍ତ ମାଝୀଙ୍କ ସହଯୋଗରେ ପୂଜା କମିଟୀ ସଦସ୍ୟ ରାଜେନ୍ଦ୍ର, ଜିତେନ, ସାନ,ସିଲୁ, ଗୁଲୁ, ଉଗ୍ରେ,ପ୍ରମୁଖ ସମସ୍ତ ସଦସ୍ୟ ଓ ଗ୍ରାମବାସୀ ସହଯୋଗ କରିଥିଲେ।

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button