Country

ଖାରଭେଳ ନଗର ମା ଗଜଲକ୍ଷ୍ମୀ ମହିଳା ସମିତିର ଲକ୍ଷ୍ମୀ ପୂଜା ଅନୁଷ୍ଠିତ.

 

ଭୁବନେଶ୍ୱର, ଖାରବେଳ ନଗର ଇୟୁନିଟ ସ୍ଥିତ ପ୍ରେସ କଲୋନୀରେ ଥିବା ମା ଗଜଲକ୍ଷ୍ମୀ ମହିଳା ସମିତି ଦ୍ୱାରା ପ୍ରତିବର୍ଷ ଭଳି ଏ ବର୍ଷ ଗଜଲକ୍ଷ୍ମୀ ପୂଜା କରାଯାଇଅଛି. କେବଳ ମହିଳା ମାନଙ୍କ ଦ୍ୱାରା ଏହି ଠାରେ ଗତ 13 ବର୍ଷ ହେଲା ମାଙ୍କ ପୂଜା ହୋଇଆସୁଛି. କୌଣସି ପୁରୁଷ ଲୋକ ମାନଙ୍କୁ ଏହି ପୂଜାରେ ସହଯୋଗ ପାଇଁ ଅନୁମତି ନଥିବା ବେଳେ ସାତ ଦିନ ଧରି ପୂଜା, ପ୍ରଥମରୁ କଳସ ଯାତ୍ରାରୁ ଆରମ୍ଭ ହୋଇ ବିସର୍ଜନ ପର୍ଯ୍ୟନ୍ତ ସବୁକାମ ମହିଳା ମାନେ ବଡ ଉତ୍ସାହର ସହିତ କରିଥାନ୍ତି.ପ୍ରତିଦିନ ସହ ସହ ସଂଖ୍ୟାରେ ଭକ୍ତ ମାନେ ଆସି ମାଙ୍କ ଦର୍ଶନ କରିଥାନ୍ତି ଓ ପ୍ରସାଦ ପାଇଥାନ୍ତ.ଆମେ କେବଳ ମହିଳା ମାନେ ମିଶିକି 13 ବର୍ଷ ହେଲା ଗଜଲକ୍ଷ୍ମୀ ପୂଜା କରିଆସୁଛୁ ଏକ ମନ ହୋଇ ସବୁ କାମ କରୁଛୁ ବୋଲି କହିଛନ୍ତି 41 ନଂ ୱାର୍ଡର କର୍ପୋରେଟର କବିତା ସ୍ୱାଇଁ. ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ କରୁଛୁ ଲୋକମାନେ ସମସ୍ତେ ଆନନ୍ଦର ସହ ଉପଭୋଗ କରୁଛନ୍ତି, ରଙ୍ଗିଲା ଡାନ୍ସ ଗ୍ରୁପ, ଭଜନ ମେଲୋଡି କାର୍ଯ୍ୟକ୍ରମ ହେବାର ଅଛି ବୋଲି କହିଛନ୍ତି ମା ଗଜଲକ୍ଷ୍ମୀ ମହିଳା ସମିତିର ଉପସଭାପତି ରଚନା ସ୍ୱାଇଁ. ସାରା ଦେଶରେ ପ୍ରଥମ ଜାଗା ଯୋଇଠି ମହିଳା ମାନେ ଲକ୍ଷ୍ମୀ ପୂଜା କରନ୍ତି, ଆମର 30ଜଣ ମୁଖ୍ୟ ସଦସ୍ୟ ମାନେ ପୂଜା କମିତିରେ ଅଛନ୍ତି ସମସ୍ତେ ଏକ ମନ ଏକ ପ୍ରାଣ ହୋଇ ଏକାଠି ହୋଇ ସାତ ଦିନ ଧରି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରସାଦ ବଣ୍ଟନ, ଇତ୍ୟାଦି ଶାନ୍ତି ଶୃଙ୍ଖଳାରେ ଚାଲିଛି, ଶେଷରେ ଭସାଣି ପୂର୍ବରୁ ମହିଳା ମାନେ ସିନ୍ଦୁର ଖେଳ ଖେଳି ମହିଳା ମାନେ ମାଙ୍କୁ ନେଇ ବିସର୍ଜନ ମେଲାଣି ଦେଇ ଆସିବେ ବୋଲି ସୂଚନା ଦେଇଛନ୍ତି ମା ଗଜଲକ୍ଷ୍ମୀ ପୂଜା ସମିତି ସଭାପତି ତଥା ଖାରବେଳ ନଗର ପ୍ରେସ କଲୋନୀ ମହିଳା ସମିତିର ସଭାପତି ବନଜା ମହାନ୍ତି.

ଭୁବନେଶ୍ୱର ରୁ ଦେବ ପ୍ରସାଦ ମହାନ୍ତି. ଙ୍କ ରିପୋର୍ଟ ସମର୍ଥ ନିଉଜ 

Related Articles

Back to top button