ମୋ ମାଟି ମୋ ଦେଶ” କାର୍ଯ୍ୟକ୍ରମରେ ସଂଗୃହିତ ପବିତ୍ର ମାଟି ଦିଲ୍ଲୀ ପଠାଗ


ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତି ବ୍ଲକରୁ ସଂଗୃହିତ ପବିତ୍ର ମାଟି ଦିଲ୍ଲୀର କର୍ତ୍ତବ୍ୟପଥରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା ପାଇଁ ପଠାଯାଇଛିl ତେବେ କେନ୍ଦ୍ରାପଡ଼ା ତିନିମୁହାଣୀ ରାମ ମନ୍ଦିର ଠାରେ ଅମୃତ କଳସ ଗୁଡିକୁ ଯଥା ବିଦ୍ଧି ମୁତାବକ ପୂଜାର୍ଚ୍ଚନା କରାଯିବା ସହ ପ୍ରତି ବ୍ଲକରୁ ଦୁଇଜଣ ଦଳୀୟ କାର୍ଯ୍ୟକର୍ତ୍ତା ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି।ଜିଲ୍ଲା ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସେଠୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ଆସନ୍ତା କାଲି ଭୁବନେଶ୍ୱର ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।ଆସନ୍ତା ୩୧ ତାରିଖରେ ଦିଲ୍ଲୀର କର୍ତବ୍ୟ

ପଥରେ ନିର୍ମାଣ ହେବାକୁ ଥିବା ଅମୃତ ବାଟିକା କାର୍ଯ୍ୟକ୍ରମରେ ଯୋଗଦେବେ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଉପସଭାପତି ଉପିନ କୁମାର ରାଉତ,ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ,ସରୋଜ କାନ୍ତ ନାୟକ,ସମ୍ପାଦକ ଅମିତାଭ ସୁଆର, ବିକ୍ରମାଦିତ୍ୟ ସାହୁ,ଅଜୟ ବେହେରା, ବିକ୍ରମ କେଶରୀ ରାଉତରାୟ,ପ୍ରତିମା ନାୟକ ପ୍ରମୁଖ ସଦସ୍ୟ ମାନେ ପରିଚାଳନା କରିଥିଲେ।

*କେନ୍ଦ୍ରାପଡା ରୁ ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀଙ୍କ ରିପୋର୍ଟ (ସମର୍ଥ ନିୟୁଜ )*




