Country

ଉଡ଼େନରେ ବ୍ଳକ ସ୍ତରୀୟ ଶୌଣ୍ଡିକ ସମାଜର ବନ୍ଧୁମିଳନ

କଣ୍ଟାମାଳ, ୨୯/୧୦:(ପ୍ରଭାତ କୁମାର ସାହୁ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅଧୀନ ନାରାୟଣପ୍ରସାଦ ପଞ୍ଚାୟତସ୍ଥିତ ଭଡେନ ଗ୍ରାମର ମାଆ ପେଞ୍ଜିପାଟ ମନ୍ଦିର ପ୍ରାଙ୍ଗଣରେ ଉଡ଼େନ ଜୋନର ଶୌଣ୍ଢିକ ସମାଜ ତରଫରୁ ବ୍ଳକ ସ୍ତରୀୟ ଶୌଣ୍ଡିକ ସମାଜର ସଭାପତି କରୁଣା କର ସାହୁଙ୍କ ସଭାପତିତ୍ଵରେ ବଂଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ଶୌଣ୍ଢିକ ସମାଜର ସଭାପତି ଭୋଳାଗିରି ସାହୁ ଯୋଗଦେଇ ଜାତି ଭିତ୍ତିକ ସମାଜର ରୀତିନୀତି ଉପରେ ଆଲୋକପାତ କରିଥିଲେ।ବର୍ତ୍ତମାନ ପାଇଁ ବାଲ୍ୟବିବାହ ନ କରିବା, ସମସ୍ତ ଶିଶୁଙ୍କୁ ବାଧ୍ୟତା ଶିକ୍ଷା ପ୍ରଦାନ କରିବା, ଅସହାୟଙ୍କୁ ସାହାଯ୍ୟ କରିବା ଉପରେ ଆଲୋଚନା ହୋଇଥିଲା ଓ ବ୍ଲକ ସଂପାଦକ କାର୍ତ୍ତିକେଶ୍ଵର ବେହେରା ଆଗାମୀ ବାର୍ଷିକ ଉତ୍ସବରେ ସମାଜର ଅଗ୍ରଣୀ ବ୍ୟକ୍ତିବିଶେଷଙ୍କୁ ଉତ୍ସାହିତ କରାଯିବା ନେଇ ପ୍ରକାଶ କରିଥିଲେ ।ଏହି କାର୍ଯ୍ୟକ୍ରମ ଉଡେନ ଜୋନର ଶୌଣ୍ଢିକ ସମାଜର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

 

କଣ୍ଟାମାଳରୁ ପ୍ରଭାତ କୁମାର ସାହୁଙ୍କ ରିପୋର୍ଟ ସମର୍ଥ ନିୟୁଜ

Related Articles

Back to top button