Country

କିମ୍ସ ତରଫରୁ କଣ୍ଟାମାଳ ରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର

 

ଘଣ୍ଟାପଡ଼ା, ତା ୨୯/୧୦ (ପ୍ରଭାତ କୁମାର ସାହୁ,ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଇଁଲାଚୁଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଆଜି ଏକ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l କଳିଙ୍ଗ ଇନଷ୍ଟୀଚ୍ୟୁଟ ଅଫ ମେଡିକାଲ ସାଇନ୍ସ (କିମ୍ସ )ଭୁବନେଶ୍ୱର ଦ୍ୱାରା

ଆୟୋଜିତ ଏହି ଶିବିରକୁ କନ୍ଧମାଳ ସାଂସଦ ଡ଼. ଅଚ୍ୟୁତ ସାମନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୀଧର ରଣା, ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଜେଡି ପର୍ଯ୍ୟବେକ୍ଷକ ସୌଭାଗ୍ୟରଞ୍ଜନ ନାୟକ, କଣ୍ଟାମାଳ ବିଡିଓ ସାମୀ ଜୟଶ୍ରୀ ରେଡ୍ଡୀ,

ସରକାରୀ ଓକିଲ ରାଧାବଲ୍ଲଭ ପ୍ରଧାନ, ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ଅନନ୍ତ ପ୍ରଧାନ, ସାଂସଦ ପ୍ରତିନିଧି ଶମ୍ଭୁ ପ୍ରସାଦ ସାହୁ,ତାରିଣୀ ମହାପାତ୍ର ଆଦି ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ l କଣ୍ଟାମାଳ ବ୍ଲକର ଉପାନ୍ତ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାରେ ସୁଧାର ଆଣିବା ତଥା ଗ୍ରାମାଞ୍ଚଳର ଗରିବ ଖଟିଖିଆଙ୍କୁ ମାଗଣାରେ ବିଶେଷଜ୍ଞ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇଦେବା ଭଳି ମହତ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିବା ସହ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ l ଉକ୍ତ ଶିବିରରେ

ଭୁବନେଶ୍ୱର କିମ୍ସ ଡାକ୍ତରଖାନାର ଲବ୍ଧ ପ୍ରତିଷ୍ଠିତ ଭେଷଜ, ଶିଶୁରୋଗ, ଚର୍ମରୋଗ, ହୃଦରୋଗ, ସଲ୍ୟ ଚିକିତ୍ସା, ସ୍ତ୍ରୀ ଓ ପ୍ରସୂତି, ଗଳା ନାସା ଓ କର୍ଣ୍ଣ, ନିଉରୋଲୋଜି, ଚକ୍ଷୁ, ଅଥୋପେଡିକ, ଇସିଜି, ଏକ୍ସରେ, ଡିପି ଓ ମଧୁମେହ ଆଦି ବିଭିନ୍ନ ବିଭାଗର ସୁନାମଧନ୍ୟ ତଥା ଖ୍ୟାତନାମା ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଅନେକ ରୋଗର ସଫଳ ପରୀକ୍ଷା ସହ ଚିକିତ୍ସା କରାଯାଇଥିବା ବେଳେ ରୋଗୀମାନଙୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା l

କଣ୍ଟାମାଳ ରୁ ପ୍ରଭାତ କୁମାର ସାହୁ ଙ୍କ ରିପୋର୍ଟ ସମର୍ଥ ନିଉଜ

Related Articles

Back to top button